Cyclone Ditwa : ସାମୁଦ୍ରିକ ବାତ୍ୟା ‘ଦିଟୱା’ ପ୍ରଭାବରେ ଶ୍ରୀଲଙ୍କାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ବାତ୍ୟା ଯୋଗୁଁ ୪୬ ଜଣ ମୃତ୍ୟୁବରଣ କରିଥିବାବେଳେ ୨୩ ଜଣ ନିଖୋଜ ଅଛନ୍ତି । ଏହି ବାତ୍ୟା ଏବେ ଭାରତୀୟ ରାଜ୍ୟ ତାମିଲନାଡୁ ଆଡକୁ ମୁହାଁଇଛି। ଏହାକୁ ଦୃଷ୍ଟିରେ ରଖି ତାମିSrilanka, cyclone, tamilnadu ଲନାଡ଼ୁରେ ବ୍ୟାପକ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଭୁସ୍ଖଳନରେ ୨୧ ଜଣଙ୍କର ମୃତ୍ୟୁ
ସାମୁଦ୍ରିକ ବାତ୍ୟା ଦିଟଓ୍ବା ଶ୍ରୀଲଙ୍କାରେ ବହୁତ କ୍ଷତି କରିଛି। ଶ୍ରୀଲଙ୍କାର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର (ଡିଏମସି) କହିଛି ଯେ ଚା ଉତ୍ପାଦନକାରୀ ଜିଲ୍ଲା ବାଦୁଲ୍ଲାରେ ରାତିସାରା ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ଅନେକ ଘର ଭାସିଯାଇଛି, ଯେଉଁଥିରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି।
ଆହୁରି ପଢନ୍ତୁ : Death Mystery: ଓଡ଼ିଆ ଯୁବକଙ୍କୁ ମୃତ ଦର୍ଶାଇ ହଡପ କରିଥାନ୍ତେ ଇନ୍ସ୍ୟୁରାନ୍ସ ଟଙ୍କା, ହେଲେ ସଂସ୍କାରବେଳେ ଜଣାପଡିଗଲା ସତ
ଶ୍ରୀଲଙ୍କା ଲାଗି ସହାୟତା ଘୋଷଣା କଲେ ମୋଦୀ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମୁଦ୍ରିକ ବାତ୍ୟା ଯୋଗୁଁ ଶ୍ରୀଲଙ୍କାରେ ହୋଇଥିବା ଜୀବନ ଏବଂ ସମ୍ପତ୍ତି କ୍ଷତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ଶ୍ରୀଲଙ୍କାକୁ ମଧ୍ୟ ସହାୟତା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛନ୍ତି, "ଘୂର୍ଣ୍ଣିଝଡ଼ ଦିଟୱା ଯୋଗୁଁ ନିଜ ପ୍ରିୟଜନଙ୍କୁ ହରାଇଥିବା ଶ୍ରୀଲଙ୍କାର ଲୋକଙ୍କ ପ୍ରତି ମୋର ଗଭୀର ସମବେଦନା। ମୁଁ ସମସ୍ତ ପ୍ରଭାବିତ ପରିବାରର ସୁରକ୍ଷା ଏବଂ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଆମର ନିକଟତମ ସାମୁଦ୍ରିକ ପଡ଼ୋଶୀଙ୍କ ସହ ଏକଜୁଟତା ପ୍ରକାଶ କରି, ଭାରତ ତୁରନ୍ତ ଅପରେସନ ସାଗର ବନ୍ଧୁ ଅଧୀନରେ ରିଲିଫ୍ ସାମଗ୍ରୀ ଏବଂ ଅତ୍ୟାବଶ୍ୟକ HADR ସହାୟତା ପଠାଇଛି। ପରିସ୍ଥିତିରେ ସୁଧାର ଆସିବା ସହିତ ଆମେ ଆହୁରି ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ।
ଆହୁରି ପଢନ୍ତୁ : apologise youtuber: ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ୟୁଟ୍ୟୁବର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/28/cyclone-2025-11-28-16-19-53.png)