ତାମିଲନାଡ଼ୁରେ ପ୍ରଳୟ ରଚିଲା ‘ଗଜ’ ନେଲା ୪୦ ଜୀବନ; ୧୯ ତାରିଖ ପର୍ଯ୍ୟନ୍ତ ଧୀବରମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ମନା

Advertisment
ତାମିଲନାଡ଼ୁରେ ପ୍ରଳୟ ରଚିଲା ‘ଗଜ’ ନେଲା ୪୦ ଜୀବନ; ୧୯ ତାରିଖ ପର୍ଯ୍ୟନ୍ତ ଧୀବରମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ମନା

ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଗଜ’ ଗତ ଶକ୍ରବାର ମଧ୍ୟାହ୍ନରୁ ତାମିଲନାଡ଼ୁରେ ପ୍ରଳୟ ରଚିବା ପରେ ଆଜି (ଶନିବାର) ସନ୍ଧ୍ୟାରେ ଦୁର୍ବଳ ହେବା ସହ ପଶ୍ଚିମ ଦିଗରେ କେରଳ ଉପକୂଳ ଆଡ଼କୁ ଗତି କରୁଛି। ତେବେ, ଗଜର ପ୍ରଭାବରେ ତାମିଲନାଡ଼ୁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗଜର ପ୍ରଭାବରେ ୪୦ ଜଣ ପ୍ରାଣ ହରାଇଛନ୍ତି ବୋଲି ବେସରକାରୀ ଭାବେ କୁହାଯାଉଥିବା ବେଳେ ତାମିଳନାଡ଼ୁ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀ ୩୩ ଜଣ ପ୍ରାଣ ହରାଇଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି। ମୃତକଙ୍କ ମଧ୍ୟରେ ୨୦ ଜଣ ପୁରୁଷ ଥିବାବେଳେ ୧୧ ଜଣ ଓ ୨ ଜଣ ଶିଶୁ ଥିବା ସେ ସୂଚନା ଦେଇଛନ୍ତି।

publive-image

ଗଜ ଅତିକ୍ରମ କରିଥିବା ଉପକୂଳର ନାଗାପଟନ୍ନମ, ଥାନଜାଭୁର, ଥିରୁଭାରୁର୍‌, କୁଡ଼ାଲୋର, ପୁଡ଼ୁକୋଯେଇ, ରାମନାଥପୁରମ୍‌ ଓ ଭେଦ୍ରାନ୍‌ୟାମ୍‌ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବା ସହ ବିଦ୍ୟୁତ ଖୁଣ୍ଟ ସବୁ ଉପୁଡ଼ି ବିଦ୍ୟୁତ ସେବା ସଂପୂର୍ଣ୍ଣ ରୂପେ ବନ୍ଦ ହୋଇ ଯାଇଛି। ଏହି ସାମୁଦ୍ରିକ ବାତ୍ୟା ଗଜ ପ୍ରଭାବରେ ଶତାଧିକ ଗୃହପାଳିତ ପଶୁ ପ୍ରାଣ ହରାଇଥିବା ବେଳେ ୧,୫୦,୦୦୦ରୁ ଅଧିକ ଗଛ ଉପୁଡ଼ି ପଡ଼ିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।  ଏବେବି ସମୁଦ୍ର ଅଶାନ୍ତ ରହିଥିବା କାରଣରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe