ଗୋପାଳପୁର ଠାରୁ ୩୧୦ କିଲୋମିଟର୍‌ ଦୂର ସମୁଦ୍ର ମଧ୍ୟରେ ବାତ୍ୟା ‘ଗୁଲାବ’; ଆଜି ସନ୍ଧ୍ୟାରେ ସ୍ଥଳଭାଗରେ ପ୍ରବେଶ କରିବ

Advertisment
ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ; ୬ରେ ଲଘୁଚାପ, ବାତ୍ୟା ଚିତ୍ର ଅସ୍ପଷ୍ଟ

Image Courtesy of India Today

ଭୁବନେଶ୍ବର: ପାକିସ୍ତାନ ନାମକରଣ କରିଥିବା ସାମୁଦ୍ରିକ ବାତ୍ୟା ‘ଗୁଲାବ୍‌’ (ଗୋଲାପ ଫୁଲ) ଗୋପାଳପୁରର ପୂର୍ବ-ଦକ୍ଷିଣପୂର୍ବ ଦିଗର ୩୧୦ କିଲୋମିଟର ଦୂର ଏବଂ କଳିଙ୍ଗପଟ୍ଟନମ୍‌ର ପୂର୍ବ ଦିଗର ୩୮୦ କିଲୋମିଟର୍‌ ଦୂର ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା କଥା ପାଣିପାଗ ବିଭାଗସୂତ୍ରରୁ ପ୍ରକାଶ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଏହି ସାମୁଦ୍ରିକ ବାତ୍ୟା ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତ ୬ ଘଣ୍ଟା ଧରି ପଶ୍ଚିମାଭିମୁଖୀ ହେବା ପରେ ଗତ ରାତି ୨.୩୦ ସୁଦ୍ଧା ୧୮.୩ଂ ଉତ୍ତର ଅକ୍ଷାଂଶ ଏବଂ ୮୭.୭ଂ ପୂର୍ବ ଦ୍ରାଘିମା ଅନ୍ତର୍ଗତ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିଲା।

publive-image Image Courtesy of Free Press Journal

ଏହା ପଶ୍ଚିମାଭିମୁଖୀ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଆନ୍ଧ୍ର ପ୍ରଦେଶ ମଧ୍ୟରେ ଦକ୍ଷିଣ ଓଡ଼ିଶାର କଳିଙ୍ଗପଟ୍ଟନମ ଓ ଗୋପାଳପୁର ଦେଇ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଏହି ବାତ୍ୟାରେ ପବନର ବେଗ ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ରହିବ ଏବଂ ମଧ୍ୟେ ମଧ୍ୟେ ଘଣ୍ଟାପ୍ରତି ୯୫ କିଲୋମିଟର୍‌ ବେଗରେ ପବନର ଝଟକା ଦେଇପାରେ ବୋଲି ସେ କହିଛନ୍ତି।

ବାତ୍ୟା ‘ଗୁଲାବ୍‌’ ଯୋଗୁଁ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ‘ଅରେଞ୍ଜ୍ ଆଲର୍ଟ’ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe