ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା‘ହୋରାସିଓ’ ବିଶ୍ୱର ପ୍ରଥମ କ୍ୟାଟେଗରୀ ୫ ବାତ୍ୟା ରହିଛି। ଏହି ‌ଶ୍ରେଣୀର ବାତ୍ୟାରେ ପବନର ବେଗ ୨୫୦ କିମିରୁ ଅଧିକ ରହିଥାଏ। ଏହାସହିତ ‘ହୋରାସିଓ’ ଖୁବ୍‌ଶୀଘ୍ର ଘନୀଭୂତ ହେବ ବୋଲି କୁହାଯାଇଥିଲା। ବାତ୍ୟା ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ଭାରତ ମହାସାଗରରେ ମରିସସର ପୂର୍ବରେ ଏବଂ ରଡ୍ରିଗ୍ସ ନିକଟରେ ଦ୍ରୁତ ଗତିରେ ଶକ୍ତିଶାଳୀ ହେବା ପରେ ଖୋଲା ଜଳରାଶି ଉପରେ ଦୁର୍ବଳ ହେବାରେ ଲାଗିଛି। ଫଳରେ ଲୋକମାନେ ଆଶ୍ବସ୍ତ ହୋଇଛନ୍ତି। ହୋରାସିଓ ସୃଷ୍ଟି ହେବା ପରେ ଏହା ବିଶ୍ବରେ ଏକ ପ୍ରମୁଖଜଳବାୟୁ ଘଟଣାରେ ପରିଣତ ହୋଇଥିଲା।

Advertisment

ଉଗ୍ରରୂପ ଧାରଣ କରିଥିଲା ହୋରାସିଓ

ଜଏଣ୍ଟ ଟାଇଫୁନ୍‌ ୱାର୍ଣ୍ଣିଂ ‌ସେଣ୍ଟର ଓ ପାସିଫିକ୍‌ ଡିଜାଷ୍ଟର ସେଣ୍ଟର ରିପୋର୍ଟ ଅନୁଯାୟୀ, ଲଘୁଚାପରୁ କ୍ରମଶଃ ବାତ୍ୟା ରୂପ ନେବା ପରେ ହୋରାସିଓ ଅତ୍ୟଧିକ ଉଗ୍ରରୂପ ଧାରଣ କରିଥିଲା। ଏଥିପାଇଁ କ୍ୟାଟେଗରୀ ୯ର ଚେତାବନୀ ଜାରି କରାଯାଇଥିଲା ଓ ଏହି ସମୟରେ ପବନର ବେଗ ଘଣ୍ଟାକୁ ୨୬୦ କିମି ରହିଥିଲା। ଝଟ୍‌କା ପବନର ବେଗ ଘଣ୍ଟାକୁ ୩୦୦ କି.ମି.ରୁ ଅଧିକ ରହିଥିଲା। ମରିସସ୍‌ ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ୨୪ ଫେବ୍ରୁଆରିରେ ବାତ୍ୟା ଦୁର୍ବଳ ହୋଇ ପବନର ବେଗ ୨୨୦ କିମି ପ୍ରତି ଘଣ୍ଟାକୁ ଖସି ଆସିଥିଲା। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପୂର୍ବ ଦିଗରେ ମୁହାଁଇବା ସହିତ ଆହୁରି ଦୁର୍ବଳ ହେବାର ଅନୁମାନ କରାଯାଇଛି। ଭାରତ ଉପରେ ଏହି ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ। ୨୦୧୫ରେ ଆସିଥିବା ହରିକେନ୍‌ ପାଟ୍ରିସିଆ ଏପର୍ଯ୍ୟନ୍ତ ସବୁଠୁ ଶକ୍ତିଶାଳୀ ବାତ୍ୟା ଭାବେ ରେକର୍ଡ଼ କରାଯାଇଛି।

ଆହୁରି ପଢନ୍ତୁ - ଜଳଯୋଗାଣ ବିଭାଗରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ରାଲି ଓ ଗଣଧାରଣା