ନୂଆଦିଲ୍ଲୀ: ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ । ତେବେ ସବୁ ବାତ୍ୟା ପରି ଏହି ବାତ୍ୟାର ନାଁ କଣ ? ଏ ନେଇ ବି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ । କାରଣ ପ୍ରତି ଥର ବାତ୍ୟା ଆସିଲେ ବାତ୍ୟାର ନାଁ ବି ସାମ୍ନାକୁ ଆସେ ଏବଂ କିଏ ଏହି ନାମକରଣ କରିଛି ତା ପଛର କାରଣ ବି ଜଣାପଡେ ।
/filters:format(webp)/sambad/media/media_files/2025/10/24/untitled-7-2025-10-24-14-01-32.jpg)
ମନ୍ଥାର ମାନେ ସୁନ୍ଦର ଫୁଲ
ତେବେ ଉତ୍ତର ଭାରତ ମହାସାଗରର ନାମକରଣ ପ୍ରଣାଳୀ ଅନୁସାରେ ଥାଇଲ୍ୟାଣ୍ଡ ଏହାର ନାମ ଦେଇଛି ‘ମନ୍ଥା ’ । ଆପଣ ଜାଣିଛନ୍ତି କି ଏଭଳି ନାମକରଣ କାହିଁକି କରାଯାଏ ଏବଂ କିଏ କରେ ? ବାତ୍ୟାର ନାଁ ଜାଣିବା ପରେ ପାଣିପାଗ ବିଭାଗ, ବୈଜ୍ଞାନିକ ଏବଂ ସାଧାରଣ ଲୋକଙ୍କୁ ଜାଣିବାକୁ ସହଜ ହୋଇଥାଏ । ଅର୍ଥାତ ଯେଉଁ ଅଞ୍ଚଳରୁ ବାତ୍ୟାର ସୃଷ୍ଟି ହୋଇଥାଏ ସେହି ଦେଶ କିମ୍ବା ଅଞ୍ଚଳ ସହିତ ନାମକରଣର ଏକ ସମ୍ବନ୍ଧ ଥାଏ । ଠିକ୍ ଯେମିତି ବଙ୍ଗୋପସାଗରରେ ଘନୀଭୂତ ଏହି ସାମୁଦ୍ରିକ ଝଡର ନାମ ଥାଇଲ୍ୟାଣ୍ଡରୁ ଆସିଛି । ଥାଇ ଭାଷାରେ ‘ମନ୍ଥା’ଶବ୍ଦର ଅର୍ଥ ହେଉଛି ସୁଗନ୍ଧିତ ଫୁଲ ବା ସୁନ୍ଦର ଫୁଲ ।
କେମିତି ହୁଏ ବାତ୍ୟାର ନାମକରଣ ?
ବଡ଼କଥା ହେଲା ବାତ୍ୟାର ଏଭଳି ନାମକରଣ କେବେ ଠାରୁ ଆରମ୍ଭ କରାଗଲା ? ଏକ ରିପୋର୍ଟ ମୁତାବକ, ୧୯୫୩ ମସିହାରେ ଆଣ୍ଟଲାଟିକା ମହାସାଗରରେ ଆସିଥିବା ଏକ ସାମୁଦ୍ରିକ ଝଡ଼ର ପ୍ରଥମ ନାମକରଣ କରାଯାଇଥିଲା । ଏହାପରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଭଳି ଉପକୂଳବର୍ତ୍ତୀ ଦେଶ ଗୁଡିକୁ ଅନେକ ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି । ହେଲେ ଅନେକ ଝଡ଼ର ନାମକରଣ କରାଯାଇ ନାହିଁ । ତାହାର ମଧ୍ୟ ଅନେକ କାରଣ ରହିଛି ।
ଅଧିକ ପଢନ୍ତୁ-
କିନ୍ତୁ ଭାରତ ମହାସାଗର କ୍ଷେତ୍ରରେ ଥିବା ଆଠଟି ଦେଶ ୨୦୦୪ ମସିହାରେ ଏହି ନାମକରଣ ବ୍ୟବସ୍ଥା ଆରମ୍ଭ କରିଥିଲେ । ଏହି ଆଠଟି ଦେଶ ଥିଲେ, ଭାରତ, ବାଂଲାଦେଶ, ମାଳଦ୍ୱୀପ, ଓମାନ, ପାକିସ୍ତାନ, ମିଆଁମାର, ଥାଇଲାଣ୍ଡ, ଏବଂ ଶ୍ରୀଲଙ୍କା । ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୮ ମସିହାରେ ଇରାନ, କତାର, ସାଉଦି ଆରବ, ୟମାନ ଏବଂ ୟୁଏଇ ଭଳି ଦେଶ ସାମିଲ ହୋଇଥିଲେ । ବର୍ତ୍ତମାନ ସୃଷ୍ଟି ହେଉଥିବା କୈଣସି ସାମୁଦ୍ରିକ ଝଡକୁ ନେଇ ଏହି ୧୩ ଦେଶ ହିଁ ନାମକରଣ ପାଇଁ ବିଚାର ବିମର୍ଶ କରୁଛନ୍ତି । ଏବଂ ଝଡ଼ ସୃଷ୍ଟି ହୋଇଥିବା ସ୍ଥାନର ଅବସ୍ଥିତି ଏବଂ ଅଞ୍ଚଳକୁ ପରିଲିଖିତ କରି ନାଁ ଧାର୍ଯ୍ୟ କରାଯାଉଛି ।
ଅଧିକ ପଢନ୍ତୁ-
Weather Forecast Cyclone: ୨୫ରେ ଅବପାତର ରୂପ ନେବ ଲଘୁଚାପ, ୨୭ ସକାଳେ ନେଇପାରେ ବାତ୍ୟାର ରୂପ
ବଡ଼ କଥା ହେଉଛି କୌଣସି ସାମୁଦ୍ରିକ ଝଡ଼ର ନାମକରଣ କମିଟି ବା ସଂଗଠନ କରେନାହିଁ । ବରଂ ଏହା ପାଇଁ ଏକ ବ୍ୟବସ୍ଥା ରହିଛି । ଏଥିପାଇଁ ଆଲ୍ଫା ବେଟ ସିଷ୍ଟମ ମଧ୍ୟ ରହିଛି । ଯଦି ଭାରତ ମହାସାଗରରେ କୌଣସି ଝଡ ସୃଷ୍ଟି ହୁଏ, ତେବେ ଆଲ୍ଫାବେଟ ଅନୁଯାୟୀ ଯେଉଁ ଦେଶର ନାମ ପ୍ରଥମେ ଆସିବ ସେହି ଦେଶ ନାମକରଣ ଦିଏ । ଯେମିତିକି ପ୍ରଥମେ ବାଲାଂଦେଶ, ଭାରତ ପରେ କ୍ରମ ଅନୁଯାୟୀ ଅନ୍ୟଦେଶ ଗୁଡିକ ଦେଇଥାନ୍ତି । କିନ୍ତୁ ପ୍ରତିଟି ଥର ଭିନ୍ନ ଭିନ୍ନ ଦେଶ ବାତ୍ୟାର ନାମ ଦେଇଥାନ୍ତି । ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ‘ଶକ୍ତି’ ନାଁ ଯେମିତି ଶ୍ରୀଲଙ୍କା ଦେଇଥିଲା । ଆଗକୁ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ମନ୍ଥା’ର ନାଁ ଥାଇଲ୍ୟାଣ୍ଡ ଦେଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/24/cyclone-montha-2025-10-24-21-46-18.jpg)