ବାତ୍ୟା ‘ଦାନା’କୁ ନେଇ ପଶ୍ଚିମବଙ୍ଗ ସତର୍କ, ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଉଛି

ସାମୁଦ୍ରିକ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଥିବାବେଳେ ପଶ୍ଚିମବଙ୍ଗରେ ବି ବ୍ୟାପକ ସତର୍କତା ଗ୍ରହଣ କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। 

ସିଏଏ, ଏନଆରସି ନାଁରେ କାହାକୁ ତାଙ୍କ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ : ମମତା ବାନାର୍ଜୀ

କୋଲକାତା: ସାମୁଦ୍ରିକ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଥିବାବେଳେ ପଶ୍ଚିମବଙ୍ଗରେ ବି ବ୍ୟାପକ ସତର୍କତା ଗ୍ରହଣ କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। 

ମମତା କହିଛନ୍ତି ଯେ ରାଜ୍ୟର ତଳିଆ ଅଞ୍ଚଳରେ ରହୁଥିବା ସାଢ଼େ ୩ ଲକ୍ଷ ଲୋକଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ପ୍ରଶାସନ ଓ ପୁଲିସକୁ ସହଯୋଗ କରିବାକୁ ବାନାର୍ଜୀ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨,୪୩,୩୭୪ ଲୋକ ଶିବିରରେ ଆଶ୍ରୟ ନେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଗୁରୁବାର ରାତି ସାରା ରାଜ୍ୟ ସଚିବାଳୟରେ ରହି ବ୍ୟକ୍ତିଗତ ଭାବେ ସ୍ଥିତି ଅନୁଧ୍ୟାନ କରିବେ।

ମମତା କହିଛନ୍ତି ଯେ ରାଜ୍ୟର ତଳିଆ ଅଞ୍ଚଳରେ ରହୁଥିବା ସାଢ଼େ ୩ ଲକ୍ଷ ଲୋକଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ପ୍ରଶାସନ ଓ ପୁଲିସକୁ ସହଯୋଗ କରିବାକୁ ବାନାର୍ଜୀ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨,୪୩,୩୭୪ ଲୋକ ଶିବିରରେ ଆଶ୍ରୟ ନେଇଛନ୍ତି।

ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆମେ ୩,୫୬,୯୪୧ ଜଣଙ୍କୁ ଚିହ୍ନଟ କରିଛୁ। ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ ମଧ୍ୟ ନିଜ ନିଜ ବାସଭବନରୁ ସ୍ଥିତି ଅନୁଧ୍ୟାନ କରିବେ ଏବଂ ଶୁକ୍ରବାର ସକାଳେ ସେମାନଙ୍କ ସହ ପୁନର୍ବାର ଯୋଗାଯୋଗ କରିବେ। ଏହାକୁ ନେଇ ଗୁଜବ ଓ ଆତଙ୍କ ସୃଷ୍ଟି ନକରିବାକୁ ମମତା ବାନାର୍ଜୀ ଲୋକଙ୍କୁ ନିବେଦନ କରିଛନ୍ତି। ସୂଚନା ଆଦାନ ପ୍ରଦାନ ଓ ତଦାରଖ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ୍ ଏବଂ ଲିଙ୍କ୍ ହୋଇଥିବା ଫୋନ୍ ନମ୍ବରକୁ ସକ୍ରିୟ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe