ଅକ୍ଟୋବର ୧ ସୁଦ୍ଧା ଆରବ ସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ବାତ୍ୟା ‘ଶାହୀନ୍‌’

ଅକ୍ଟୋବର ୧ ସୁଦ୍ଧା ଆରବ ସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ବାତ୍ୟା ‘ଶାହୀନ୍‌’

Image Courtesy of The Indian Express

ନୂଆଦିଲ୍ଲୀ: ଶୁକବ୍ରାର (ଅକ୍ଟୋବର ୧) ସୁଦ୍ଧା ଆରବ ସାଗରରେ ସାମୁଦ୍ରିକ ବାତ୍ୟା ‘ଶାହୀନ୍‌’ ସୃଷ୍ଟି ହେବାର ସମ୍ଭାବନା ରହିଥିବା କଥା ଆଜି ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ଫଳରେ ଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଓ ଭୀଷଣ ବର୍ଷା ହେବ।

ଗାଙ୍ଗେୟ ପଶ୍ଚିମବଙ୍ଗର ପଶ୍ଚିମାଞ୍ଚଳ ଏବଂ ଆଖପାଖରେ ଗୋଟାଏ ସୁଦୃଶ ଲଘୁଚାପ ପ୍ରକ୍ରିୟା ମଧ୍ୟ ରହିଛି। ‘ଜଏଣ୍ଟ୍‌ ଟାଇଫୁନ୍‌ ୱାର୍ଣ୍ଣିଙ୍ଗ୍‌ ସେଣ୍ଟର୍‌’ କହିଥିଲା, ଏହା ଗୋଟାଏ ସ୍ଥଳଭାଗ ବାତ୍ୟାରେ ରୂପାନ୍ତର ହୋଇପାରେ କିନ୍ତୁ, ଏହା ଉଷ୍ମତା ଓ ଶୀତଳତା ବଦଳ କ୍ଷେତ୍ର ବୋଲି ପରେ କହିଛି।

publive-image Image Courtesy of Money Control

ଏହା ସାମୁଦ୍ରିକ ବାତ୍ୟା ନ ପାଲଟି ପାରେ। ଏହା କିଛି ସମୟ ଧରି ସୁଦୃଶ ହୋଇ ରହିବ। ଏଥିଯୋଗୁଁ ଗତକାଲି ଓ ଆଜି ବର୍ଷା ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ’ର ବାତ୍ୟା ଦାୟିତ୍ବରେ ଥିବା ସୁନୀତା ଦେବୀ କହିଛନ୍ତି।

କତାର୍‌ ଏହି ବାତ୍ୟାର ନାମକରଣ କରିଛି ‘ଶାହୀନ୍‌’। ‘ଶାହୀନ୍‌’ର ଅର୍ଥ ‘ରାଜକୀୟ ଶ୍ବେତ ବାଜ’ ବା ‘ଛଞ୍ଚାଣ’ ପକ୍ଷୀ (ଗରୁଡ଼)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe