ସାମୁଦ୍ରିକ ବାତ୍ୟା ତୌତେ ପ୍ରବାହ କାରଣରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବନ୍ଦ ରହିବ ମୁମ୍ବାଇ ବିମାନବନ୍ଦର

Advertisment
ସାମୁଦ୍ରିକ ବାତ୍ୟା ତୌତେ ପ୍ରବାହ କାରଣରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବନ୍ଦ ରହିବ ମୁମ୍ବାଇ ବିମାନବନ୍ଦର

Image Courtesy of India Today

ନୂଆଦିଲ୍ଲୀ: ମୁମ୍ବାଇ ନିକଟ ଆରବ ସାଗର ଉପର ଦେଇ ସାମୁଦ୍ରିକ ବାତ୍ୟା ‘ତୌତେ’ ପ୍ରବାହ ହେବାର ଆଶଙ୍କା ଥିବାରୁ ଆଜି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁମ୍ବାଇ ବିମାନ ବନ୍ଦର ବନ୍ଦ ରହିବ। ବାତ୍ୟା ପ୍ରବାହ କାରଣରୁ ମୁମ୍ବାଇରେ ପ୍ରବଳ ବର୍ଷା ବର୍ଷିବା ସହ କ୍ଷିପ୍ର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଲୋକମାନଙ୍କୁ ଘରୁ ନ ବାହାରିବାକୁ ‘ବିଏମ୍‌ସି’ ଓ ମୁମ୍ବାଇ ପୁଲିସ କହିଛନ୍ତି।

ସେହିଭଳି, ମୁମ୍ବାଇର ମନୋରେଲ୍‌ ସେବା ମଧ୍ୟ ଆଜି ପାଇଁ ବାତିଲ କରାଯାଇଛି। ମୁମ୍ବାଇର କେତେକ ସ୍ଥାନରେ ଦୃଶ୍ୟତା ୭୦୦ ମିଟରରୁ କମ୍ ହୋଇଯାଇଥିବାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଛତ୍ରପତି ଶିବାଜି ମହାରାଜ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ବିମାନ ବନ୍ଦର ସମସ୍ତ ବିମାନ ଚଳାଚଳ ବନ୍ଦ ରଖିଛି। ଏହାଛଡ଼ା, ଏଠାରେ ଅବତରଣ କରିବାକୁ ଥିବା ତିନୋଟି ବିମାନ ସେମାନଙ୍କର ଗନ୍ତବ୍ୟସ୍ଥଳ ପରିବର୍ତ୍ତନ କରିଛନ୍ତି। ସ୍ପାଇସ୍‌ଜେଟ୍‌କୁ ସୁରଟ ଓ ଇଣ୍ଡିଗୋ ବିମାନକୁ ହାଇଦ୍ରାବାଦ ପଠାଇ ଦିଆଯାଇଛି। ଲକ୍ଷ୍ନୌରୁ ଆସିଥିବା ଅନ୍ୟ ଏକ ଇଣ୍ଡିଗୋ ବିମାନ ପୁନର୍ବାର ଲକ୍ଷ୍ନୌକୁ ଫେରିଯାଇଛି।

publive-image image Courtesy of India Today

ଏହାଛଡ଼ା, ସୁରତ ବିମାନ ବନ୍ଦର ମଧ୍ୟ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିଛି। ଅତି ଉଗ୍ର ସାମୁଦ୍ରିକ ବାତ୍ୟା ପାଲଟିଯାଇଥିବା ‘ତୌତେ’ ଆଜି ରାତି ୧୦ ରୁ ୧୧ ମଧ୍ୟରେ ଗୁଜରାଟର ଭାବନଗର ଠାରେ ସ୍ଥଳଭାଗରେ ପ୍ରବେଶ କରିବାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ ଆକଳନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe