Image Source: India Today
ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ‘ବାୟୁ’ ମୋଡ଼ ବଦଳାଇ ଜୁନ୍ ୧୭-୧୮ ତାରିଖ ଆଡ଼କୁ ଗୁଜରାଟର କଚ୍ ଅଞ୍ଚଳରେ ସ୍ଥଳଭାଗରେ ପ୍ରବେଶ କରିବାର ସମ୍ଭାବନା ଅଛି ବୋଲି କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରାଳୟର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି।
ଗୁରୁବାର ଦିନ ସାମୁଦ୍ରିକ ବାତ୍ୟା ‘ବାୟୁ’ ଗୁଜରାଟ ଉପକୂଳରେ ସ୍ଥଳଭାଗକୁ ଆସିବାର ଥିଲା କିନ୍ତୁ ବୁଧବାର-ଗୁରୁବାର ରାତିରେ ପଥ ପରିବର୍ତ୍ତନ କରି ଦେଲା। ଗିର୍, ସୋମନାଥ, ଦିୟୁ, ଜୁନାଗଡ଼ ଏବଂ ପୋରବନ୍ଦର ପାଖ ଦେଇ ତାହା ସମୁଦ୍ର ମଧ୍ୟରେ ହିଁ ଆଗକୁ ଚାଲିଯାଇଥିଲା।
ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍ ରାଜୀବନ୍ କହିଛନ୍ତି: ଜୁନ୍ ୧୬ ତାରିଖ ଦିନ ‘ବାୟୁ’ ମୋଡ଼ ବଦଳାଇ ଜୁନ୍ ୧୭-୧୮ ଆଡ଼କୁ କୁଚ୍ ଅଞ୍ଚଳରେ ସ୍ଥଳଭାଗକୁ ଆସିବାର ସମ୍ଭାବନା ଅଛି।
Image Courtesy of The Weekସେ ଆହୁରି କହିଛନ୍ତି ଯେ ଏଇ ସାମୁଦ୍ରିକ ବାତ୍ୟାର ତୀବ୍ରତା କମିଯିବାର ସମ୍ଭାବନା ଥିବାରୁ ଏହା ସାମୁଦ୍ରିକ ବତାସ କିଂବା ଲଘୁଚାପ ଭାବେ ଉପକୂଳକୁ ଆସି ପାରେ।
ସେ ପୁଣି କହିଛନ୍ତି ଯେ ସାମୁଦ୍ରିକ ବାତ୍ୟାର ସମ୍ଭାବ୍ୟ ଗତିପଥ ପରିବର୍ତ୍ତନ ସମ୍ବନ୍ଧରେ ଗୁଜରାଟ ସରକାରଙ୍କୁ ସତର୍କ ସୂଚନା ଦିଆଯାଇଛି।
ଆଇଏମ୍ଡିର ସଦ୍ୟତମ ରିପୋର୍ଟ ସଂକ୍ରାନ୍ତରେ ଅହମଦାବାଦ ପାଣିପାଗ କେନ୍ଦ୍ରର ନିର୍ଦେଶକ ମନୋରମା ମହାନ୍ତି କହିଛନ୍ତି, ବାତ୍ୟା ମୋଡ଼ ବଦଳାଇ କୁଚ୍ କି, ସୌରାଷ୍ଟ୍ର ଅଞ୍ଚଳରେ ସ୍ଥଳଭାଗକୁ ପ୍ରବେଶ କରିବା ତାହା ଏବେଠୁଁ କହିବା ସମ୍ଭବପର ନୁହେଁ।
ଗୁଜରାଟର ମୁଖ୍ୟ ଶାସନ ସଚିବ ଜେଏନ୍ ସିଂହ କହିଛନ୍ତି ଯେ ପରିସ୍ଥିତି ଉପରେ ସରକାରୀ କର୍ତ୍ତୃପକ୍ଷମାନେ ଦୃଷ୍ଟି ରଖିଛନ୍ତି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଏନ୍ଡିଆର୍ଏଫ୍ ସମ୍ପୃକ୍ତ ଅଞ୍ଚଳରେ ରହିବେ। ଆମେ ସେମାନଙ୍କୁ ପ୍ରତ୍ୟାହାର କରିନାହୁଁ।
Follow Us