Image Source: India Today
ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ‘ବାୟୁ’ ଗୁଜରାଟରେ ଲ୍ୟାଣ୍ଡ୍ଫଲ୍ କରିବ ନାହିଁ ବୋଲି ଭାରତୀୟ ପାଣିପାଗ ସଂସ୍ଥାନର ବୈଜ୍ଞାନିକ ମନୋରମା ମହାନ୍ତି କହିଛନ୍ତି।
ବେରାବଲ୍, ପୋରବନ୍ଦର, ଦ୍ୱାରକା ପାଖ ଦେଇ ଏହା ଜଳପଥରେ ଅତିକ୍ରମ କରିଯିବ। କିନ୍ତୁ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳ ସବୁରେ ଏହାର ପ୍ରଭାବ ପଡ଼ିବ। ଫଳରେ ସମ୍ପୃକ୍ତ ଅଞ୍ଚଳରେ ଯୋର୍ ପବନ ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।
ବାତ୍ୟାର ପରିବ୍ୟାପ୍ତି ରହିଛି ପ୍ରାୟ ୯୦୦ କିଲୋମିଟର୍। ତେଣୁ ବାତ୍ୟାର ଆଖି ପୋର୍ବନ୍ଦର୍ ଉପରେ ମାଡ଼ ନ ଖାଇଲେ ବି ବାତ୍ୟାର ବାହ୍ୟ ଅଂଶ ସ୍ଥଳଭାଗରେ ମାଡ଼ ଖାଇବାର ସମ୍ଭାବନା ରହିଛି। ପବନ, ତୋଫାନ୍ର ଝାଙ୍କ ଏବଂ ବୃଷ୍ଟିପାତ ଆଦି ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ। ସୁତରାଂ ପ୍ରସ୍ତୁତିରେ କୋହଳ ନ କରିବାକୁ ମୁମ୍ବାଇ ପାଣିପାଗ ବିଭାଗ ଚେତାବନୀ ଦେଇ କହିଛି।
/sambad/media/post_attachments/wp-content/uploads/2019/06/D86SqcdVsAARyM1-300x165.jpg)
‘ନେସ୍ନାଲ୍ ଡିଜାଷ୍ଟର୍ ରେସ୍ପନ୍ସ୍ ଟିମ୍’ର (ଏନ୍ଡିଆର୍ଏଫ୍) ଡିଆଇଜି ରଣୀଦୀପ ରାଣା କହିଛନ୍ତି: ତଥାପି ଆମେ ସତର୍କ ରହିଛୁ।
ଆଜି ସକାଳେ କୋଷ୍ଟ୍ ଗାର୍ଡ ଡିଜାଷ୍ଟର୍ ରିଲିଫ୍ ଆଣ୍ଡ୍ ରେସ୍କ୍ୟୁ ଟିମ୍ ପୋରବନ୍ଦରରେ ପହଞ୍ଚିଛି। ବେରାବଲ୍ର ଦକ୍ଷିଣ ପଶ୍ଚିମକୁ ୧୩୦ କିଲୋମିଟର ଦୂରରେ ଉଗ୍ର ସାମୁଦ୍ରିକ ବାତ୍ୟା ‘ବାୟୁ’ କେନ୍ଦ୍ରୀଭୂତ ହୋଇଥିବା ବେଳେ ଆଇସିଜି ଟିମ୍ ଗୁଜରାଟ ଉପକୂଳର ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି।
Follow Us