Image Courtesy of IMD
ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ଆଖପାଖ ଜଳରାଶି ଉପରେ ସଂଘଠିତ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା କଥା ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଦେଇଛି।
ଏହି ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ଆଗାମୀ ୪୮ ଘଣ୍ଟା ମଧ୍ୟରେ ତୀବ୍ର ଅବପାତରେ ପରିଣତ ହେବାର ଖୁବ୍ ସମ୍ଭାବନା ଅଛି।
ଉପରୋକ୍ତ ଲଘୁଚାପ ଉପରେ ତୀବ୍ର ଦୃଷ୍ଟି ରଖାଯାଇଥିବା କଥା ମଧ୍ୟ ଭାରତୀୟ ପାଣିପାଗ ବିଭାଗ କହିଛି।
Image Courtesy of Zee Newsଏହା ବ୍ୟତିରେକେ, ଉତ୍ତରପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ସଦ୍ୟ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଉତ୍ତରପଶ୍ଚିମ ଭାରତରେ ‘ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍’ର ଉପସ୍ଥିତି ଯୋଗୁଁ ୨/୩ ଦିନ ହେବ ଗ୍ରୀଷ୍ଣ ପ୍ରବାହ ଥମି ଯାଇଥିଲା। ଫଳରେ ଦିନ ବେଳାର ତାପମାତ୍ରା ହ୍ରାସ ପାଇଛି ଏବଂ ଏହା ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ବଳବତ୍ତର ରହିପାରେ।
କିନ୍ତୁ, ବିଶେଷକରି, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ବିଦର୍ଭରେ ପୁଣି ଥରେ ସଦ୍ୟ ଗ୍ରୀଷ୍ମପ୍ରବାହ ଆରମ୍ଭ ହେବାର ସମ୍ଭାବନା ରହିଛି। ରାଜସ୍ଥାନରେ ଆଜି ଓ ଆସନ୍ତାକାଲି ଓ ପଅରଦିନ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇ ଉତ୍ତରପଶ୍ଚିମ ଓ କେନ୍ଦ୍ରୀୟ ଭାରତକୁ ବ୍ୟାପିଯିବ।
Follow Us