ଆରବ ସାଗରରେ ଦାନା ବାନ୍ଧୁଛି ଏକ ବାତ୍ୟା !

Advertisment
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ହେବା ଆଶଙ୍କା ବଢିଲା, ଏହି ବାତ୍ୟାର ନାଁ ହେବ ବୁଲ୍‌ବୁଲ୍‌

Image credit : NDTV

ନୂଆଦିଲ୍ଲୀ : ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଏକ ଡିପ୍ରେସନ ଓ ପରେ ଏକ ସାଇକ୍ଲୋନିକ ଷ୍ଟୋର୍ମରେ ପରିଣତ ହେବାର ସମ୍ଭାବନା ରହିଛି । ଏପରିକି ଏହା ଏକ ସିଭିୟର ସାଇକ୍ଲୋନିକ ଷ୍ଟୋର୍ମରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ ।

ଏହି ଲଘୁଚାପ ପ୍ରଭାବରୁ କର୍ଣ୍ଣାଟକ, ମୁମ୍ବଇ ସମେତ ସମଗ୍ର ମହାରାଷ୍ଟ୍ର ଓ ଗୁଜୁରାଟର କିଛି ଅଂଶରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବାତ୍ୟାରେ ପରିଣତ ହେଲା ପରେ ଏହାର ସମ୍ଭାବ୍ୟ ଗତିପଥ ସମ୍ପର୍କରେ ଏବେଠାରୁ ପୂର୍ବାନୁମାନ କରିବା କଷ୍ଟକର । କିନ୍ତୁ ବର୍ତ୍ତମାନର ସଂକେତ ଅନୁସାରେ ଏହା ଆରବ ସାଗରରେ ଉତ୍ତରପଶ୍ଚିମ ଦିଗରେ ଗତି କରି ଗୁଜୁରାଟ ଓ ପାକିସ୍ତାନର କରାଚୀ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଏଣୁ ଭାରତ ଉପରେ ଏହାର ସେଭଳି କିଛି ଗୁରୁତର ପ୍ରଭାବ ଭାରତ ଉପରେ ପଡିବ ନାହିଁ ବୋଲି ସ୍କାଇମେଟ କହିଛ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe