ସୀମା ହାଇଦରଙ୍କ ପାଇଁ ପାକିସ୍ତାନରେ ଥିବା ମନ୍ଦିର ଉପରେ ଆକ୍ରମଣ

Advertisment
ସୀମା ହାଇଦରଙ୍କ ପାଇଁ ପାକିସ୍ତାନରେ ଥିବା ମନ୍ଦିର ଉପରେ ଆକ୍ରମଣ

ନୂଆଦିଲ୍ଲୀ: ପାକିସ୍ତାନରୁ ସଚିନଙ୍କ ପ୍ରେମରେ ପଡ଼ି ଭାରତ ଚାଲିଆସିଥିବା ସୀମା ହାଇଦରଙ୍କ ପ୍ରେମ କାହାଣୀ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ସମସ୍ତଙ୍କ ମୁହଁରେ ଏବେ ସଚିନ୍ ଏବଂ ସୀମା ‌ହାଇଦରଙ୍କ ଭଲପାଇବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସୀମାଙ୍କୁ ପାକିସ୍ତାନ ଫେରାଇବାକୁ ଅନେକ ଦାବି ହୋଇସାରିଛି। ସୀମା ଭାରତ ଆସିବା ପରେ ପାକିସ୍ତାନୀ ଡକାୟତ ରାନୋ ଶାର ଧମକ ଦେଇଥିଲା ଯେ ଯଦି ସୀମା ହାଇଦାରଙ୍କୁ ପାକିସ୍ତାନକୁ ପଠାଯାଏ ନାହିଁ ତେବେ ସେ ପାକିସ୍ତାନର ମନ୍ଦିର ଉପରେ ଆକ୍ରମଣ କରିବ। ଏବେ ସେ ଦେଇଥିବା ଧମକକୁ କାମରେ କରି ଦେଖାଇଛି।

ସୀମା ପାକିସ୍ତାନ ନଯିବାରୁ ଆଜି ପାକିସ୍ତାନର ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ଡନର ରିପୋର୍ଟ ଅନୁଯାୟୀ, ରବିବାର ଦିନ ଏକ ରକେଟ୍ ଲଞ୍ଚର୍ ଦ୍ୱାରା ସିନ୍ଧର କାଶ୍ମୋରରେ ଥିବା ଏକ ମନ୍ଦିର ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣକାରୀମାନେ ଗୌସପୁର ଥାନା ଅଧୀନରେ ଥିବା ଏକ ମନ୍ଦିର ଓ ଆଖପାଖ ଅଞ୍ଚଳରେ ଥିବା ଘର ଉପରେ ଆକ୍ରମଣ କରିଛନ୍ତି। ସେମାନେ ରକେଟ୍ ଲଞ୍ଚର୍ ସାହାଯ୍ୟରେ ମନ୍ଦିରକୁ ଟାର୍ଗେଟ କରିଥିବା ସହ ଗୁଳି ବର୍ଷା ମଧ୍ୟ କରିଥିବା ଜଣାଯାଇଛି। ଏନେଇ ସୂଚନା ମିଳିବା ପରେ କାଶ୍ମୋର-କନ୍ଧକୋଟର ଏସଏସପି ଇରଫାନ ସୈମୋଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ସୀମା ହାଇଦର ମଧ୍ୟ ପାକିସ୍ତାନର ସିନ୍ଧ ପ୍ରଦେଶର ବାସିନ୍ଦା ହୋଇଥିବାରୁ ଡକାୟତ ଏହି ଅଞ୍ଚଳରେ ଆକ୍ରମଣ କରିଥିବା କୁହାଯାଉଛି।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe