ଦାଦନ ଶ୍ରମିକଙ୍କ ସୁରକ୍ଷା ଜରୁରୀ: ରାହୁଲ ଗାନ୍ଧି

Advertisment
ସରକାରଙ୍କୁ ଘେରିବା ରାହୁଲଙ୍କ ପାଇଁ ବୁମେରାଂ ହେଲା!

Photo Credit: IANS

ନୂଆଦିଲ୍ଲୀ: କୋଭିଡ-୧୯ ଲକ୍‌ଡାଉନ୍‌ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରୁ ଦାଦନ ଶ୍ରମିକମାନେ ନିଜନିଜ ଅଞ୍ଚଳକୁ ଫେରୁଥିବା ଦେଖାଯାଉଛି। ଦୀର୍ଘଦିନ ଧରି ପାଦରେ ଚାଲିଚାଲି ଭୋକ ଉପାସରେ ଲକ୍ଷାଧିକ ଶ୍ରମିକ ନିଜନିଜ ଅଞ୍ଚଳକୁ ‌ବିପଦପୂର୍ଣ୍ଣ ଭାବେ ଫେରୁଛନ୍ତି। ତେବେ ଏହି ଦାଦନ ଶ୍ରମିକମାନଙ୍କୁ ସୁରକ୍ଷା ‌ଯୋଗେଇଦେବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି। ଏସବୁ ଦାଦନ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କ ସହାୟତା ନେବା ଜରୁରୀ। ସେମାନଙ୍କୁ ଆବଶ୍ୟକ ପରିମାଣର ଖାଦ୍ୟ, ବାସସ୍ଥଳୀ ଯୋଗାଇଦେବା ସରକାରଙ୍କ ପାଇଁ ଜରୁରୀ ବୋଲି ରାହୁଲ କହିଛନ୍ତି। ତେବେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଯଦିଓ ବିଭିନ୍ନ ରାଜ୍ୟ ଦାଦନ ଶ୍ରମିକମାନଙ୍କୁ ନିଜନିଜ ରାଜ୍ୟକୁ ଫେରାଇ ନେବାକୁ ଉଦ୍ୟମ କରିଛନ୍ତି ତାହା ଯଥେଷ୍ଟ ପଦକ୍ଷେପ ନୁହେଁ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe