ଦୈନିକ କରୋନା ସଂକ୍ରମଣ ହଜାରେ ଟପିଲା

ଦୈନିକ କରୋନା ସଂକ୍ରମଣ ହଜାରେ ଟପିଲା

news18

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ୧୨୯ ଦିନ ପରେ ୧ ହଜାର ଟପିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୦୭୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ୫,୯୧୫କୁ ବୃଦ୍ଧି ପାଇଛି। ରାଜସ୍ଥାନ, ମହାରାଷ୍ଟ୍ର ଏବଂ କେରଳ‌ରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହେଇଛି। ‌କେରଳରେ ପୂର୍ବ ତଥ୍ୟ ଯୋଡ଼ାଯାଇଥିବା‌ ଜଣାପଡ଼ିଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୪,୪୬,୯୫,୪୨୦। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୧ ପ୍ରତିଶତ ରହିଛି। ଅନ୍ୟପ‌କ୍ଷେ ଜାତୀୟ ଆରୋଗ୍ୟ ହାର ୯୮.୮ ପ୍ରତିଶତ ଅଛି।

ଦେଶରେ ମୋଟ୍‌ ୪,୪୧,୫୮,୭୦୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ୨୨୦.୬୫ କୋଟି କରୋନା ଟିକା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଦେଶରେ ଏବେ ଏଚ୍‌୩ଏନ୍‌୨ ସଂକ୍ରମଣ ବଢ଼ିଥିବାବେଳେ ଏହି ସ‌ମୟରେ ପୁଣି କ‌ରୋନା ସଂକ୍ରମଣ ବୃଦ୍ଧି ଚନ୍ତାଜନକ। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କରୋନା ସଂକ୍ରମଣ ବଢ଼ୁଥିବା ୬ଟି ରାଜ୍ୟକୁ ଚିଠି ଲେଖିଛନ୍ତି। କରୋନା ସଂକ୍ରମଣ ନିୟନ୍ତ୍ରଣ ଦିଗରେ ଆବଶ୍ୟକୀୟ ପଦ‌କ୍ଷେପ ଗ୍ରହଣ କରିବାପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe