୧୦୫ ଦିନ ପରେ ଭାରତରେ ଦୈନିକ ନୂତନ କରୋନାଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୪୦,୦୦୦ ତଳକୁ ଖସିଲା

୧୦୫ ଦିନ ପରେ ଭାରତରେ ଦୈନିକ ନୂତନ କରୋନାଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୪୦,୦୦୦ ତଳକୁ ଖସିଲା

ନୂଆଦିଲ୍ଲୀ: ଦୀର୍ଘ ୧୦୫ ଦିନର ବ୍ୟବଧାନ ପରେ ଦେଶରେ ଦୈନିକ ନୂତନ କରୋନାଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମିତଙ୍କ ରୋଗୀଙ୍କ ସଂଖ୍ୟା ୪୦ ହଜାରରୁ ତଳକୁ ଖସିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ନୂତନ ଭାବେ ୩୮,୩୧୦ କରୋନାଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବା ବେଳେ ଏହାକୁ ମିଶାଇ ଦେଶର ମୋଟ ସଂକ୍ରମଣ ମାମଲା ୮୨,୬୭,୬୨୩ରେ ପହଞ୍ଚିଛି। ତେବେ, ୧୦୫ ଦିନ ପରେ ପ୍ରଥମ ଥର ପାଇଁ ଦେଶରେ ଦୈନିକ କରୋନାଭାଇରସ୍‌ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୦,୦୦୦ ତଳେ ରହିଛି। ସେହିପରି ଦେଶରେ କରୋନା ସକ୍ରିୟ ମାମଲା ଏବଂ କରୋନାରୁ ଆରୋଗ୍ୟ ମାମଲା ମଧ୍ୟରେ ବ୍ୟବଧାନ ଆଜି ୭୦ ଲକ୍ଷ ଅତିକ୍ରମ କରି ଯାଇଛି।

ସଂପ୍ରତି ବିଶ୍ୱର ଅନେକ ରାଷ୍ଟ୍ରରେ କରୋନାଭାଇରସ୍‌ ବା କୋଭିଡ୍‌-୧୯ର ଦ୍ୱିତୀୟ ଲହରି ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିବା ସହ ଚିନ୍ତାର କାରଣ ହୋଇପଡ଼ିଥିବା ବେଳେ ଦେଶରେ ଦୈନିକ କରୋନାଭାଇରସ୍‌ ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ କିଛିଟା ଆଶ୍ୱସ୍ତି ଆଣି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe