ଦୈନିକ କୋଭିଡ୍‌ ସଂକ୍ରମଣ ୧୧ ହଜାର ଟପିଲା: ସକ୍ରିୟ ସଂକ୍ରମଣ ୫୦ ହଜାର ମୁହାଁ

ଦୈନିକ କୋଭିଡ୍‌ ସଂକ୍ରମଣ ୧୧ ହଜାର ଟପିଲା: ସକ୍ରିୟ ସଂକ୍ରମଣ ୫୦ ହଜାର ମୁହାଁ

ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମଣ ଆଜି ୧୧ ହଜାର ଟପିଯାଇଛି। ଆଜି ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟା‌ରେ ଦେଶରେ ୧୧,୧୦୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୨୩୬ ଦିନରେ ଏହା ସର୍ବାଧିକ ସଂକ୍ରମଣ। ସକ୍ରିୟ ସଂକ୍ରମଣ ୫୦ ହଜାର ମୁହାଁ ହୋଇଛି। ମୋଟ୍‌ ସକ୍ରିୟ ସଂକ୍ରମଣ ୪୯,୬୨୨ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୧୧ ପ୍ରତିଶତ। ଅନ୍ୟପକ୍ଷେ ଗତ ୨୪ ଘଣ୍ଟା‌ରେ ଦେଶରେ ୬,୪୫୬ ଜଣ କ‌ରୋନାରୁ ସୁସ୍ଥ ହେବା ସହ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪,୪୨,୧୬,୫୮୩ରେ ପହଞ୍ଚିଛି। ଦେଶରେ ଦୈନିକ ପଜିଟିଭ ହାର ୫.୦୧ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୪.୨୯ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ୯୮.୭୦ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ୨୯ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୫,୩୧,୦୬୪ରେ ପହଞ୍ଚିଛି। ଦିଲ୍ଲୀ ଓ ରାଜସ୍ଥାନରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ଛତିଶଗଡ଼ ଏବଂ ପଂଜାବରୁ ୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସେହିପରି ହିମାଚଳପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ପୁଡ଼ୁଚେରୀ, ତାମିଲନାଡୁ, ଉତ୍ତରାଖଣ୍ଡରେ ଗୋଟିଏ ଲେଖାଏ କରୋନା‌ ମୃତ୍ୟୁ ହୋଇଥିବାବେଳେ କେରଳ ପୂର୍ବ ୯ଟି ମୃତ୍ୟୁକୁ କରୋନାଜନିତ ମୃତ୍ୟୁ ବୋଲି ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe