ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ, କୋଭିଡ୍‌ ଗାଇଡ୍‌ଲାଇନ୍‌ ଅବଧି ଫେବ୍ରୁଆରି ୨୮କୁ ବଢ଼ିଲା

Advertisment

ଓମିକ୍ରନ ଏବେ ଭାରତର ପ୍ରମୁଖ ପ୍ରଜାତି, ଡେଲ୍‌ଟା ପ୍ରକୋପ ବି ଜାରି: ସ୍ବାସ୍ଥ୍ୟ ମନ୍ତ୍ରାଳୟ

ଓମିକ୍ରନ ଏବେ ଭାରତର ପ୍ରମୁଖ ପ୍ରଜାତି, ଡେଲ୍‌ଟା ପ୍ରକୋପ ବି ଜାରି: ସ୍ବାସ୍ଥ୍ୟ ମନ୍ତ୍ରାଳୟ

ରାଜ୍ୟରେ ୧୧,୦୮୬ ଜଣ କରୋନା ପଜିଟିଭ ଚିହ୍ନଟ: ୧୦୬୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ସଂକ୍ରମିତ

long island press

ନୂଆଦିଲ୍ଲୀ: ଭାରତରେ ଏବେ ଅଧିକାଂଶ କୋଭିଡ୍‌ ସଂକ୍ରମଣ ମାମଲା ଓମିକ୍ରନ୍‌ ପ୍ରଜାତି ଦ୍ବାରା ହେଉଛି ଏବଂ ଏହା ଦେଶର ପ୍ରମୁଖ ପ୍ରଜାତି ପାଲଟି ଯାଇଛି । ଏହା ସହିତ ଦେଶରେ ଡେଲ୍‌ଟା ପ୍ରଜାତିର ପ୍ରକୋପ ମଧ୍ୟ ଜାରି ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସଚିବ ଲବ ଅଗ୍ରୱାଲ କହିଛନ୍ତି। ଉଭୟ ପ୍ରଜାତିର ପ୍ରକୋପ ଯୋଗୁଁ ସଂକ୍ରମଣ ପ୍ରାୟ ୩ ଲକ୍ଷ ପାଖାପାଖି ରହୁଛି, କିନ୍ତୁ ଦେଶର ଅଧିକାଂଶ ଅଂଚଳରେ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି। କରୋନାର ବୈଶ୍ବିକ ସ୍ଥିତି ସଂପର୍କରେ ଅଗ୍ରୱାଲ କହିଛନ୍ତି ଯେ ବିଶ୍ବରେ ଏବେ ୬.୫ କୋଟି ସକ୍ରିୟ ମାମଲା ରହିଛି। ଆମେରିକା, ବ୍ରିଟେନ୍‌, ଗ୍ରିସ୍‌, ଦକ୍ଷିଣ ଆଫ୍ରିକାରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି ।

publive-image

ଭାରତରେ ଏବେ ୫୦ ହଜାରରୁ ଅଧିକ ସକ୍ରିୟ ମାମଲା କେବଳ ୧୧ ରାଜ୍ୟରେ ରହିଛି। ୧୦ରୁ ୫୦ ହଜାର ସକ୍ରିୟ ମାମଲା ୧୪ ରାଜ୍ୟରେ ହିଁ ରହିଛି। ଅନ୍ୟପକ୍ଷରେ ୧୧ଟି ରାଜ୍ୟରେ ୧୦ ହଜାରରୁ କମ୍‌ ସକ୍ରିୟ ମାମଲା ରହିଛି । ଦେଶରେ ଏବେ ୪୪ ଜିଲ୍ଲା ଏଭଳି ରହିଛି ଯେଉଁଠି ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିଛି। କର୍ଣ୍ଣାଟକ, କେରଳ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ଦୈକିକ ସଂକ୍ରମଣ ଅଧିକ ରହିବା ସହ ପଜିଟିଭିଟି ହାର ମଧ୍ୟ ଅଧିକ ରହିଛି। କେନ୍ଦ୍ର ସରକାର ଆଜି କୋଭିଡ୍‌-୧୯ ନିର୍ଦ୍ଦେଶାବଳିକୁ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ କାଏମ ରଖିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe