ଦୈନିକ ସଂକ୍ରମଣରେ ୨୮ ପ୍ରତିଶତ ହ୍ରାସ

Advertisment
ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି; ଗତକାଲି ୭ ଥିବା ବେଳେ ଆଜି ୧୩ ଜଣ ଆକ୍ରାନ୍ତ ଚିହ୍ନଟ

Firstpost

ନୂଆଦିଲ୍ଲୀ: ଦେଶରେ ଆଜି ୨,୨୮୮ ନୂଆ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦୈନିକ ସଂକ୍ରମଣ ମାମଲାରେ ୨୮ ପ୍ରତିଶତ ହ୍ରାସ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୧,୦୭,୬୮୯ରେ ପହଞ୍ଚିଥିବା ବେଳେ ସକ୍ରିୟ ମାମଲା ୧୯,୬୩୭କୁ ଖସି ଆସିଛି। କରୋନା ମୃତ୍ୟୁସଂଖ୍ୟା ୫,୨୪,୧୦୩ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୫ ପ୍ରତିଶତ ଏବଂ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ। ଦେଶରେ ଦୈନିକ ପଜିଟିଭ୍‌ ହାର ୦.୪୭ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୦.୭୯ ପ୍ରତିଶତ ରହିଛି। ମୋଟ୍‌ ଟିକାକରଣ ୧୯୦.୫୦ କୋଟି ଟପିଯାଇଛି। ଅନ୍ୟପକ୍ଷେ ୧୨ରୁ ୧୪ ବର୍ଷ ମଧ୍ୟରେ ୩ କୋଟିରୁ ଅଧିକ ଶିଶୁ ପ୍ରଥମ ଡୋଜ୍‌ କରୋନା ଟିକା ନେଇ ସାରିଛନ୍ତି। ୧୨-୧୪ ବର୍ଷ ମଧ୍ୟରେ ଏଯାବତ ମୋଟ୍‌ ୩,୦୬,୬୯,୮୨୦ ଶିଶୁ ପ୍ରଥମ ଡୋଜ୍‌ ନେଇଛନ୍ତି। ଅନ୍ୟପକ୍ଷେ ୧,୦୨,୦୦,୨୭୨ ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ଅନ୍ୟପକ୍ଷେ ୧୫-୧୮ ବର୍ଷ ମଧ୍ୟରେ ୫,୮୭,୭୦,୪୨୮ ପ୍ରଥମ ଡୋଜ୍‌ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe