ବଢ଼ୁଛି ଦୈନିକ ସଂକ୍ରମଣ: କେରଳରେ ସର୍ବାଧିକ ମାମଲା, ୨୪ ଘଣ୍ଟାରେ ୪୧,୧୫୭ ସଂକ୍ରମିତ

Advertisment

କର୍ଣ୍ଣାଟକରେ କଟକଣା କୋହଳ, ହରିୟାଣାରେ ଲକ୍‌ଡାଉନ୍‌ ଅବଧି ବଢ଼ିଲା

କର୍ଣ୍ଣାଟକରେ କଟକଣା କୋହଳ, ହରିୟାଣାରେ ଲକ୍‌ଡାଉନ୍‌ ଅବଧି ବଢ଼ିଲା

୨୦୨୪ ନିର୍ବାଚନ ପୂର୍ବରୁ ଦେଶରେ ଜନଗଣନା ସମ୍ଭାବନା କମ୍

BBC

ନୂଆଦିଲ୍ଲୀ: ଭାରତରେ ଦୈନିକ କୋଭିଡ୍‌ ସଂକ୍ରମଣ ପୁଣି ବଢ଼ୁଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୪୧,୧୫୭ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୫୧୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତକାଲି ସଂକ୍ରମଣ ପ୍ରାୟ ୩୮ ହଜାର ରହିଥିଲା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ପ୍ରଦତ୍ତ ତଥ୍ୟ ମୁତାବକ ଦେଶରେ ସକ୍ରିୟ ମାମଲା ଏବେ ୪,୨୨,୬୬୦ ରହିଛି ଏବଂ କୋଭିଡ୍‌ରୁ ଆରୋଗ୍ୟ ହାର ୯୭.୩୧ ପ୍ରତିଶତ ରହିଛି। ଗତକାଲି ଦେଶରେ ୧୯,୩୬, ୭୯୦ ନମୁନା ପରୀକ୍ଷା କରାଯାଇଥିବା ବେଳେ ଆଜି ସୁଦ୍ଧା ମୋଟ ୪୪,୩୯,୫୮,୬୬୩ ନମୁନା ପରୀକ୍ଷା କରାଯାଇଛି। କେରଳରେ ୨୪ ଘଣ୍ଟାରେ ୧୩୯୫୬ ମାମଲା ଚିହ୍ନଟ ହୋଇଥିବା ବେଳେ ୮୧ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପକ୍ଷରେ କର୍ଣ୍ଣାଟକରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବାରୁ ସରକାର ଆଜି ଲକ୍‌ଡାଉନ୍‌ କଟକଣା କୋହଳ କରିଛନ୍ତି ଏବଂ ଆସନ୍ତାକାଲିଠାରୁ ସିନେମା ହଲ୍‌ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। କଲେଜ ଏବଂ ବିଶ୍ବବିଦ୍ୟାଳୟ ଭଳି ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ୨୬ ଜୁଲାଇରୁ ଖୋଲିବାକୁ ଅନୁମତି ମିଳିଛି। ହରିୟାଣା ସରକାର ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ାଇବାକୁ ଆଜି ଘୋଷଣା କରିଛନ୍ତି। ଆଜି ଯେଉଁ ୫୧୮ ଜଣ କୋଭିଡ୍‌ ମୃତକଙ୍କ ସଂଖ୍ୟା ପ୍ରକାଶ ପାଇଛି ସେଥରୁ ସର୍ବାଧକ ୧୨୪ ଜଣ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe