ଦୈନିକ ସଂକ୍ରମଣ ୫୨ ହଜାର ଟପିଲା, ଭାରତରେ ରେକର୍ଡ ଭାଙ୍ଗୁଛି କୋଭିଡ୍‌

ସକ୍ରିୟ ମାମଲାରେ କର୍ଣ୍ଣାଟକ ଦ୍ବିତୀୟ ସ୍ଥାନରେ, ଆନ୍ଧ୍ରପ୍ରଦେ‌ଶରେ ସର୍ବାଧିକ ୧୦ ହଜାର

୨୩ ହଜାର ନମୁନାରୁ ୧୬ହଜାରରୁ ଅଧିକ ରାପିଡ୍ ଆଣ୍ଟିଜେନ୍, ୩୨ ହଜାର ଛୁଇଁବ କୋଭିଡ୍‌ ପରୀକ୍ଷା

The Statesman

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ଦୈନିକ ସଂକ୍ରମଣ ୫୦ ହଜାର ଟପିଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୨ ହଜାର ୧୨୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୭୭୫ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୧୫ ଲକ୍ଷ ୮୩ ହଜାର ୭୯୨ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୩୪ ହଜାର ୯୬୮ ରହିଛି। ଅନ୍ୟପକ୍ଷେ ଦେଶରେ ଆରୋଗ୍ୟ ହାର ୧୦ ଲକ୍ଷ ଟପିଯାଇଛି। ଦେଶରେ ଏବେ ୫ ଲକ୍ଷ ୨୮ ହଜାର ୨୪୨ ସକ୍ରିୟ ମାମଲା ରହିଛି। ଆଇସିଏମ୍‌ଆର ଅନୁଯାୟୀ ଭାରତ ଜୁଲାଇ ୨୯ ସୁଦ୍ଧା ୧ କୋଟି ୮୧ ଲକ୍ଷ ୯୦ ହଜାର ୩୮୨ ନମୁନା ପରୀକ୍ଷା କରିଛି । ଗତକାଲି ୪ ଲକ୍ଷ ୪୬ ହଜାର ୬୪୨ ନମୁନା ପରୀକ୍ଷା କରାଯାଇଛି। ତେବେ ଦେଶରେ ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶରେ ଦୈନିକ ସଂକ୍ରମଣ ମାମଲା ୧୦ ହଜାରରୁ ଅଧିକ ରହିଛି। ବୁଧବାର ଦିନ ଭାରତ ରିପୋର୍ଟ କରିଥିବା ପ୍ରତି ୫ଟି ମାମଲାରୁ ଗୋଟିଏ ଆନ୍ଧ୍ରପ୍ରଦେଶରୁ ଚିହ୍ନଟ ହୋଇଛି। ସେହିପରି ସର୍ବାଧିକ ପଜିଟିଭ୍‌ ମାମଲା ଥିବା ରାଜ୍ୟ ଭାବେ ଆନ୍ଧ୍ରପ୍ରଦେଶ ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ଆନ୍ଧ୍ରପ୍ରଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୯୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ମୋଟ୍‌ ସଂକ୍ରମଣ ୧ ଲକ୍ଷ ୨୦ ହଜାର ୩୯୦କୁ ବୃଦ୍ଧି ପାଇଛି। କିନ୍ତୁ ମୃତ୍ୟୁସଂଖ୍ୟା କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ଦେଶରେ ଅଷ୍ଟମ ସ୍ଥାନରେ ରହିଛି। ଆନ୍ଧ୍ରପ୍ରଦେଶରେ ବୁଧବାର ସର୍ବାଧିକ ୭୦ ହଜାର ୫୮୪ ନମୁନା ପରୀକ୍ଷା ହୋଇଥିବା ବେଳେ ୧୦ ହଜାର ୯୩ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ରାଜ୍ୟରେ ପଜିଟିଭ୍‌ ହାର ୬.୬୧ ପ୍ରତିଶତ ଏବଂ ମୃତ୍ୟୁହାର ୧ ପ୍ରତିଶତ ରହିଛି।

ଅନ୍ୟପକ୍ଷେ କର୍ଣ୍ଣାଟକ ସଂକ୍ରମଣ ମାମଲାରେ ଦେଶରେ ପଞ୍ଚମ ସ୍ଥାନରେ ରହିଥିଲେ ମଧ୍ୟ ସକ୍ରିୟ ମାମଲା କ୍ଷେତ୍ରରେ ଏହା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। କର୍ଣ୍ଣାଟକରେ ୬୦ ପ୍ରତିଶତ ରୋଗୀ ଚିକିତ୍ସାରେ ଅଛନ୍ତି। ଜୁଲାଇ ୨୯ରେ କର୍ଣ୍ଣାଟକରେ ମୋଟ୍‌ ସଂକ୍ରମଣ ମାମଲା ୧.୧ ଲକ୍ଷ ଥିଲା। ଏଥିରୁ ୬୦ ପ୍ରତିଶତ ତଥା ୬୭ ହଜାର ୪୪୭ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ୪ ଲକ୍ଷ ମାମଲା ଥିବାବେଳେ ଏଥିରୁ ୧.୪ ଲକ୍ଷ ତଥା ମୋଟ୍‌ ସକ୍ରିୟ ମାମଲା ୩୬ ପ୍ରତିଶତ ରହିଛି। ତୁଳନାତ୍ମକ ଭାବେ ମହାରାଷ୍ଟ୍ର ତୁଳନାରେ କର୍ଣ୍ଣାଟକରେ ଅଧିକ ଖରାପ୍‌ ସ୍ଥିତି ରହିଛି। ତାମିଲନାଡ଼ୁ, ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ମୋଟ୍‌ ମାମଲା କର୍ଣ୍ଣାଟକଠାରୁ ଅଧିକ ରହିଛି। ତାମିଲନାଡ଼ୁରେ ସକ୍ରିୟ ମାମଲା ୨୫ ପ୍ରତିଶତ ଥିବାବେଳେ ଦିଲ୍ଲୀ‌ରେ ୮ ପ୍ରତିଶତ ଏବଂ ଆନ୍ଧ୍ରପ୍ରଦେଶରେ ୫୧ ପ୍ରତିଶତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe