ନଦୀ ଓ ଆବାସିକ ଅଞ୍ଚଳ ନିକଟରେ ଦୁଗ୍ଧଶାଳା ଓ ଗୋଶାଳା ଖୋଲିପାରିବ ନାହିଁ

ନଦୀ ଓ ଆବାସିକ ଅଞ୍ଚଳ ନିକଟରେ ଦୁଗ୍ଧଶାଳା ଓ ଗୋଶାଳା ଖୋଲିପାରିବ ନାହିଁ

Facebook

ସିପିସିବି ଦ୍ବାରା ସବୁ ରାଜ୍ୟମାନଙ୍କ ପାଇଁ ଗାଇଡଲାଇନ୍ସ ଜାରି
ବାତ୍ୟାପ୍ରବଣ ଅଞ୍ଚଳମାନଙ୍କରେ ବି ଖୋଲାଯାଇପାରିବ ନାହିଁ ଗୋଶାଳା

ନୂଆଦିଲ୍ଲୀ : ଏଣିକି ନଦୀ ଓ ଆବାସିକ ଅଞ୍ଚଳ ନିକଟରେ ଦୁଗ୍ଧଶାଳା ଓ ଗୋଶାଳା ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ବାରା ପ୍ରଥମ ଥର ପାଇଁ ୧୨ ପୃଷ୍ଠାର ଏକ ଗାଇଡଲାଇନ୍‌ ଜାରି କରାଯାଇଛି। ଗାଈ ଓ ମଇଁଷିର ମଳମୂତ୍ର ଦ୍ବାରା ପରିବେଶକୁ ହେଉଥିବା କ୍ଷତି ଦୃଷ୍ଟିରୁ ଏଭଳି ନିର୍ଦେଶାବଳି ଜାରି କରାଯାଇଛି।

ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ପଞ୍ଚାୟତିରାଜ ସଂସ୍ଥା, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା କମିଟିମାନଙ୍କର ମନିଟରିଂ ଦାୟିତ୍ବ ରହିଛି ବୋଲି ସିପିସିବି ପକ୍ଷରୁ କୁହାଯାଇଛି। ଜାରି କରାଯାଇଥିବା ଗାଇଡଲାଇନ୍ସ ଅନୁସାରେ ଦୁଗ୍ଧଶାଳା ଓ ଗୋଶାଳା ବର୍ତ୍ତମାନ ଗାଁ ଓ ସହରର ସୀମାରୁ ଦୂରରେ ଖୋଲାଯାଇପାରିବ। ଆବାସିକ ଅଞ୍ଚଳରୁ ୨୦୦ ମିଟର ଦୂର ତଥା ହସ୍‌ପିଟାଲ ଓ ସ୍କୁଲଠାରୁ ୫୦୦ ମିଟର ଦୂରରେ ଖୋଲାଯାଇପାରିବ। ଏହା ବ୍ୟତୀତ ବାତ୍ୟାପ୍ରବଣ ଅଞ୍ଚଳମାନଙ୍କରେ ‌ଏହା ଖୋଲାଯାଇପାରିବ ନାହିଁ। ଜାତୀୟ ରାଜମାର୍ଗରୁ ୨୦୦ ମିଟର ଓ ରାଜ୍ୟ ରାଜମାର୍ଗରୁ ୧୦୦ ମିଟର ପରିସରରେ ମଧ୍ୟ ଦୁଗ୍ଧଶାଳା ଓ ଗୋଶାଳା ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଗାଈ ଓ ମଇଁଷିମାନଙ୍କର ସଂଖ୍ୟାର ଅନୁରୂପ ଦୁଗ୍ଧଶାଳା ଓ ଗୋଶାଳାକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯିବ। ସେମାନଙ୍କର ପଂଜୀକରଣ ହେବ ତଥା ଅଡିଟ୍‌ ରିପୋର୍ଟ ସିପିସିବିକୁ ପଠାଇବାକୁ ପଡ଼ିବ। ଗାଇଡଲାଇନ୍ସର ଉଲ୍ଲଂଘନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର କୃଷି ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶରେ ଦିଲ୍ଲୀକୁ ବାଦ ଦେଲେ ଗାଈ ଓ ମଇଁଷିମାନଙ୍କର ସଂଖ୍ୟା ୧୩,୬୩,୩୫,୦୦୦ ଥିଲା ବେଳେ ଓଡ଼ିଶାରେ ଗାଈଙ୍କ ସଂଖ୍ୟା ୩୧,୯୪,୦୦୦ ଓ ମଇଁଷିଙ୍କ ସଂଖ୍ୟା ୧,୫୨,୦୦୦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe