ବିଜେପିକୁ ସମର୍ଥନ କରିବାରୁ ଦଳିତ ଯୁବତୀଙ୍କୁ ହତ୍ୟା

ଆଜି ପୂର୍ବାହ୍‌ଣରେ ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାର କରହାଲ୍‌ରେ ଜଣେ ଦଳିତ ଯୁବତୀଙ୍କ ମୃତଦେହ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ଉଦ୍ଧାର କରାଯାଇଛି। ବିଧାନସଭା ଉପନିର୍ବାଚନରେ ଯୁବତୀ ଜଣକ ବିଜେପିକୁ...

ଜେଡିୟୁ ପୋଲିଂ ଏଜେଣ୍ଟଙ୍କୁ ହତ୍ୟା

ଲ‌େକ୍ଷ୍ନୗ: ଆଜି ପୂର୍ବାହ୍‌ଣରେ ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାର କରହାଲ୍‌ରେ ଜଣେ ଦଳିତ ଯୁବତୀଙ୍କ ମୃତଦେହ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ଉଦ୍ଧାର କରାଯାଇଛି। ବିଧାନସଭା ଉପନିର୍ବାଚନରେ ଯୁବତୀ ଜଣକ ବିଜେପିକୁ ସମର୍ଥନ ଦେବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତରପ୍ରଦେଶରେ ଏକ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଜିଲ୍ଲା ପୁଲିସ ମୁଖ୍ୟ ବିନୋଦ କୁମାର କହିଛନ୍ତି, ଯୁବତୀଙ୍କ ପିତା ପ୍ରଶାନ୍ତ ଯାଦବଙ୍କ ଅଭିଯୋଗ ଅନୁଯାୟୀ ସମାଜବାଦୀ ପାର୍ଟିର ସ୍ଥାନୀୟ କର୍ମୀ ପ୍ରଶାନ୍ତ ଯାଦବ ଓ ମୋହନ କାଥେରିଆ ଦୁଇ ଦିନ ପୂର୍ବେ ତାଙ୍କ ଘରକୁ ଆସିଥିଲେ।

ସେମାନେ ତାଙ୍କ ଝିଅକୁ ସମାଜବାଦୀ ପାର୍ଟିକୁ ଭୋଟ ଦେବାକୁ କହିଥିଲେ। କିନ୍ତୁ ତାଙ୍କ ଝିଅ, ରାଜ୍ୟ ସରକାର ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଥିବାରୁ ବିଜେପିକୁ ଭୋଟ ଦେବେ ବୋଲି କହିଥିଲା। ଏହାଶୁଣି ଦୁଇଜଣ ତାଙ୍କ ଝିଅକୁ ଧମକ ଦେଇ ଚାଲିଯାଇଥିଲେ। ଏହି ଘଟଣାରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରାଜ୍ୟ ବିଜେପି ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ, ଏହି ଘଟଣାରେ ସମାଜବାଦୀ ପାର୍ଟି ଓ ଅଖିଳେଶ ଯାଦବକୁ ତୀବ୍ର ସମାଲୋଚନା କରିଛନ୍ତି। ଅପରପକ୍ଷରେ, କରହାଲ୍‌ର ସମାଜବାଦୀ ପାର୍ଟି ପ୍ରାର୍ଥୀ ତେଜ ପ୍ରତାପ ଯାଦବ ଓ  ଦଳ  ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ ଏହା ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe