ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା

Advertisment
ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା

ପାନିପତ୍‌ : ହରିଆଣା ପାନିପତ୍‌ ଜିଲ୍ଲାର ଉରଲାନା କଲାନା ଗ୍ରାମରେ ଏକ ୧୧ ବର୍ଷୀୟା ଦଳିତ ନାବାଳିକାକୁ ସେହି ଗ୍ରାମର ୨ ଯୁବକ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ସକାଳେ ଗ୍ରାମର ଏକ ଶୂନଶାନ ଅଞ୍ଚଳରୁ ସଂପୃକ୍ତ ନାବାଳିକାର ଅର୍ଦ୍ଧ-ଉଲଗ୍ନ ଶବ ମିଳିଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରି ୨ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ ଯେ, ଷଷ୍ଠ ଶ୍ରେଣୀରେ ପଢୁଥିବା ସଂପୃକ୍ତ ନାବାଳିକାଟି ବାହାରକୁ ଅଳିଆ ଫୋପାଡିବାକୁ ଆସିଥିବା ବେଳେ ଶନିବାର ସନ୍ଧ୍ୟାରୁ ନିଖୋଜ ହୋଇଯାଇଥିଲା। ପରଦିନ ସକାଳେ ଗ୍ରାମର ଏକ ନିର୍ଜନ ସ୍ଥାନରୁ ତା’ର ଶବ ମିଳିଥିଲା। ପରିବାରବର୍ଗଙ୍କ ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିବା ପରେ ସେହି ଗ୍ରାମର ପ୍ରଦୀପ କୁମାର ଏବଂ ସାଗର ନାମକ ୨ ଯୁବକଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ପଚରାଉଚୁରା ଆରମ୍ଭ କରିଥିଲା। ଶେଷରେ ସେମାନେ ନିଜର ଅପରାଧ ସ୍ୱୀକାର କରିଥିଲେ। ପୀଡିତାକୁ ପ୍ରଥମେ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇ ବଳତ୍କାର କରିଥିଲେ। ଝିଅଟି ଖସିଯିବାକୁ ଚେଷ୍ଟା କରିବାରୁ ଗାମୁଛା ସାହାଯ୍ୟରେ ତାକୁ ଗଳାଚିପି ହତ୍ୟା କରିଥିଲେ। କେବଳ ସେତିକି ନୁହେଁ ଝିଅଟିକୁ ହତ୍ୟା କରିବା ପରେ ତାର ମୃତ ଶରୀର ସହିତ ମଧ୍ୟ ସେମାନେ ଦୁଷ୍କର୍ମ କରିବାକୁ ପଛେଇନଥିଲେ। ତେବେ ଅପରାଧ ସ୍ୱୀକାର କରିବା ପରେ ପୁଲିସ ସେମାନଙ୍କୁ ଗିରଫ କରିନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe