ଦଳିତ, ଓବିସିଙ୍କ ପାଇଁ ପୃଥକ୍‌ ଶ୍ରେଣୀଗୃହ : ତଦନ୍ତ ନିର୍ଦ୍ଦେଶ ଦେଲେ ନୀତୀଶ ସରକାର

Advertisment
ନୀତୀଶଙ୍କ କ୍ୟାବିନେଟ୍‌ ସୁରେଶ ଶର୍ମା ସବୁଠୁ ଧନୀ

ପାଟନା : ବିହାରର ବୈଶାଳି ଜିଲ୍ଲାସ୍ଥିତ ଏକ ସରକାରୀ ସ୍କୁଲ୍‌ରେ ଅତି ଅଶୋଭନୀୟ ଘଟଣା ପଦାକୁ ଆସିଛି। ସ୍କୁଲ୍‌ରେ ଛାତ୍ରଛାତ୍ରୀମାନେ ଜାତିଆଣ ଭେଦଭାବର ଶିକାର ହୋଇଛନ୍ତି। ଜାତି ଅନୁସାରେ ଓବିସି (ପଛୁଆ ବର୍ଗ), ଦଳିତ ଏବଂ ଉଚ୍ଚ ଜାତିର ଛାତ୍ରଛାତ୍ରୀଙ୍କୁ ପୃଥକ୍‌ ଶ୍ରେଣୀଗୃହରେ ବସାଯାଉଛି। ଜିଲ୍ଲାସ୍ଥିତ ଲାଲ୍‌ଗଞ୍ଜର ଜିଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଏଭଳି ବାଛ ବିଚାରର ଶିକାର ହୋଇଛନ୍ତି। ଅନେକ ବର୍ଷ ଧରି ଏହି ସ୍କୁଲ୍‌ରେ ପିଲାମାନଙ୍କୁ ଜାତି, ଧର୍ମ ଆଧାରରେ ପୃଥକ୍‌ ଭାବେ ବସାଇବା ବ୍ୟବସ୍ଥା ରହିଆସିଛି। ତେବେ କିଛି ଛା‌ତ୍ରଛାତ୍ରୀ ଏହି ଘଟଣା ବିରୋଧରେ ଅଭିଯୋଗ କରିବାପରେ ଏହା ଲୋକଲୋଚନକୁ ଆସିଛି।

ବିହାରରେ ନୀତୀଶ ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ୍‌ ପ୍ରିନ୍ସିପାଲ୍‌ ମୀନା କୁମାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଘଟଣାରେ ପ୍ରିନ୍ସିପାଲ୍‌ ମୀନା କୁମାରୀ ଖୁବ୍‌ ଶୀଘ୍ର ନିଲମ୍ବିତ ହେବେ।
ସୂଚନାନୁଯାୟୀ ଉକ୍ତ ଘଟଣାରେ ଏବେ ଜୋରଦାର ତଦନ୍ତ ଆରମ୍ଭ ହୋଇ ଯାଇଛି। ତେବେ ଗୋଟିଏ ପଟେ ଘଟଣାରେ ବଳିଷ୍ଠ ପ୍ରମାଣ ହସ୍ତଗତ ହୋଇସାରିଥିବା ବେଳେ ସ୍କୁଲ୍‌ ପ୍ରିନ୍ସିପାଲ୍‌ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, କୌଣସି ବାଛବିଚାର କରାଯାଇ ନାହିଁ। ସବୁ ଜାତି ଧର୍ମର ପିଲାମାନଙ୍କୁ ଏକାଠି ବସାଯାଇ ପାଠ ପଢ଼ାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe