ଶ୍ରୀନଗର: ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ପୁଞ୍ଚ୍ ସେକ୍ଟରରେ ଆଜି ପାକିସ୍ତାନ ସେନା ଆଖିବୁଜା ଗୋଳା ବର୍ଷା ଜାରି ରଖିଛ। ସୀମାବର୍ତ୍ତି ୯ଟି ଗ୍ରାମରେ ଆଜି ୮୨ ଏମ୍ଏମ୍ ମୋର୍ଟାର ମାଡ଼ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭାରତୀୟ ସେନା ମଧ୍ୟ ଭାରୀ ଯୁଦ୍ଧାସ୍ତ୍ରରେ ଏହାର ଜବାବ ଦେଉଛି। ସୀମାବର୍ତ୍ତୀ ଗ୍ରାମଗୁଡ଼ିକୁ ଟାର୍ଗେଟ୍ କରି ଆତଙ୍କ ସୃଷ୍ଟି କରିବା ଏବଂ ଏହି ମଉକାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ବାଟ ଫିଟାଇବା ପାକିସ୍ତାନର ସେନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଆଜି ପାକ୍ ସେନା ପୁଞ୍ଚ୍ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ବାଲାକୋଟ୍ ସେକ୍ଟରର ଅନେକ ଅଞ୍ଚଳକୁ ଟାର୍ଗେଟ୍ କରି ଗୋଳା ବର୍ଷା ଜାରି ରଖିଛି। ଭୋର୍ ସମୟରୁ ଆରମ୍ଭ ହୋଇଥିବା ଏହି ଆକ୍ରମଣ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ତେବେ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ପଟେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଖବର ମିଳିଛି। ବାଲାକୋଟ୍ ସେକ୍ଟରର ଅନେକ ଅଞ୍ଚଳରେ ସେନା ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରି ପାକ୍ ରେଂଜର୍ସମାନେ ସ୍ୱୟଂଚାଳିତ ବନ୍ଧୁକରୁ ଗୁଳି ଚାଳନା କରିବା ସହ ମୋର୍ଟାର ମାଡ଼ ଜାରି ରଖିନ୍ତି। ଗତକାଲି ରାଜୌରି ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ପାକ୍ ସେନାଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ସୀମା ନିକଟସ୍ଥ ଅନେକ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ୨୦ ହଜାରରୁ ଅଧିକ ଲୋକଙ୍କୁ ସେନାଦ୍ୱାରା ସ୍ଥାପିତ କ୍ୟାମ୍ପ୍ରେ ରଖାଯାଇଥିବା ବେଳେ ଏହି ଅଂଚଳରେ ୩୦ରୁ ଅଧିକ ଗ୍ରାମ ଜନଶୂନ୍ୟ ହୋଇପଡ଼ିଛି। ସମସ୍ତ ବିଦ୍ୟାଳୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିଛି।
ମୋର୍ଟାର ମାଡ଼, ବ୍ୟାପକ କ୍ଷୟକ୍ଷତି
Advertisment
Follow Us