Image Courtesy of Outlook India
ବେଙ୍ଗାଲୁରୁ: ମୁନ୍ ଲ୍ୟାଣ୍ଡର୍ ‘ବିକ୍ରମ’ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବାରୁ ଭାରତର ଚନ୍ଦ୍ରାୟନ-୨ ଅଭିଯାନ ଆରମ୍ଭରେ ବିଳମ୍ବ ହେବ। ଫେବ୍ରୁଆରି ଶେଷଆଡ଼କୁ ପରୀକ୍ଷଣ ସମୟରେ ଏହାର ଚାରିଟି ଗୋଡ଼ରୁ ୨ଟି ସାମାନ୍ୟ ବିଗିଡ଼ି ଯିବାରୁ ମେ’ ଯାଏଁ ଚନ୍ଦ୍ରାୟନ-୨ ଅଭିଯାନ ବନ୍ଦ ରଖାଯାଇଛି। ଅନୁକୂଳ ପାଗ ଦେଖି ଏ ବର୍ଷର ଦ୍ୱିତୀୟ ଅର୍ଦ୍ଧକରେ ଏହି ଅଭିଯାନ ଆରମ୍ଭ ହେବ।
ରୋଭର୍ ଓ ଅର୍ବିଟର୍ ଅବସ୍ଥା ଭଲ ଅଛି ଏବଂ ଡ୍ରପ୍ ଟେଷ୍ଟ୍ରେଏହା ଭଲ କରିଛି। କିନ୍ତୁ ପରୀକ୍ଷଣ ପରେ ଜଣାପଡ଼ିଲା କି ଲ୍ୟାଣ୍ଡର୍ ‘ବିକ୍ରମ’ର ଗୋଡ଼ଗୁଡ଼ିକ ମଜଭୁତ ହେବା ଆବଶ୍ୟକ।
ଲାଣ୍ଡର୍ ଡ୍ରପ୍ ଟେଷ୍ଟ୍ ସମୟରେ ହୋଇଥିବା ତ୍ରୁଟିବିଚ୍ୟୁତି ସଂକ୍ରାନ୍ତରେ ଅନୁଧ୍ୟାନ କରି କେନ୍ଦ୍ରର ନିର୍ଦେଶକ କୁହ୍ନିକ୍ରିଷ୍ଣନ୍ ପି, ଇସ୍ରୋ ଅଧ୍ୟକ୍ଷ ଶିବନ୍ କେ.ଙ୍କୁ ରିପୋର୍ଟ ଦେବାକୁ ୟୁଆର୍ ରାଓ ସାଟେଲାଇଟ୍ ସେଣ୍ଟର୍ର ଶ୍ରୀନିବାସ ଆର୍ କେଙ୍କ ନେତୃତ୍ୱରେ ଇସ୍ରୋ ୧୨ ଜଣିଆ ସଦସ୍ୟବିଶିଷ୍ଟ ସ୍ପେସାଲ୍ ଟାସ୍କ୍ ଫୋର୍ସ ଗଠନ କରିଛି।
ପୁନର୍ବାର ପରୀକ୍ଷଣ ଲାଗି ପରିବର୍ତ୍ତନ ସଂକ୍ରାନ୍ତରେ ଓ ପରୀକ୍ଷା ଲାଗି ଆବଶ୍ୟକ ସାମଗ୍ରୀ ସକାଶ କମିଟି ପ୍ରସ୍ତାବ ଦେବ। ଏଥି ପାଇଁ ଆମେ ଦୁଇ ମାସରୁ ଅଧିକ ସମୟ ଲାଗିବ।
Follow Us