ତ୍ରିରଙ୍ଗା ଉତ୍ତୋଳନ କରି ଭାରତୀୟ ଗୀତରେ ନୃତ୍ୟ ଅଭିଯୋଗ ଆସିବା ପରେ ସ୍କୁଲର ପଞ୍ଜିକରଣ ରଦ୍ଦ

ତ୍ରିରଙ୍ଗା ଉତ୍ତୋଳନ କରି ଭାରତୀୟ ଗୀତରେ ନୃତ୍ୟ ଅଭିଯୋଗ ଆସିବା ପରେ ସ୍କୁଲର ପଞ୍ଜିକରଣ ରଦ୍ଦ

କରାଚୀ: ପାକିସ୍ତାନର କରାଚୀରେ ଏକ ସାଂସ୍କୃତିକ ଉତ୍ସବରେ ଭାରତୀୟ ଗୀତ ବଜାଇ ନୃତ୍ୟ କରିବା ଓ ତ୍ରିରଙ୍ଗା ଉତ୍ତୋଳନ କରିବା ଅଭିଯୋଗରେ ବିଦ୍ୟାଳୟର ପଞ୍ଜିକରଣକୁ ରଦ୍ଦ କରି ନିଆଯାଇଥିବା ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ କରାଚୀର ଏକ ଘରୋଇ ବିଦ୍ୟାଳୟ ମାମା ବେବି କେୟାର୍‌ କ୍ୟାମ୍ବ୍ରିଜ୍‌ ସ୍କୁଲରେ ଛାତ୍ରଛାତ୍ରୀମାନେ ଭାରତର ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ଗୀତର ତାଳେ ତାଳେ ନୃତ୍ୟ କରିଥିଲେ। ଏହି ଦୃଶ୍ୟର ଭିଡିଓ ଭାଇରାଲ ହେବାରେ ଲାଗିଥିଲା।

ଏହି ପ୍ରସଙ୍ଗରେ ବିଦ୍ୟାଳୟର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଥିଲା। ସେ ନୋଟିସ୍‌ ପାଇବା ପରେ ନିରୀକ୍ଷଣ ଏବଂ ପଞ୍ଜିକରଣ ନିର୍ଦ୍ଦେଶାଳୟ ସିଂଧ ସମ୍ମୁଖରେ ଉପସ୍ଥିତ ହୋଇଥିଲେ। ଏହାପରେ ମାମା ବେବେି କେୟାର୍‌ କ୍ୟାମ୍ବ୍ରିଜ୍‌ ସ୍କୁଲର ପଞ୍ଜିକରଣ ନଲମ୍ବିତ କରିଦିଆଯାଇଛି। ଏହାର ଅଧିକ ତଦନ୍ତ ପାଇଁ ତିନିଜଣ ସଦସ୍ୟ ସମିତି ଗଠିତ ହୋଇଛି। ବିଦ୍ୟାଳୟ ମାଲିକ ଏଭଳି କାର୍ଯ୍ୟକ୍ରମର ଆୟୋଜନ ଜାଣିଶୁଣି କରିଥିଲେ ବୋଲି କୁହାଯାଉଛି। ତେବେ ଏକଥାକୁ ଅସ୍ୱୀକାର କରିଛନ୍ତି ବିଦ୍ୟାଳୟର ମାଲିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe