ଶତାୟୁ ନୃତ୍ୟାଙ୍ଗନା ଅମଲା ଶଙ୍କରଙ୍କ ପରଲୋକ

Advertisment
ଶତାୟୁ ନୃତ୍ୟାଙ୍ଗନା ଅମଲା ଶଙ୍କରଙ୍କ ପରଲୋକ

India TV News

କୋଲକାତା: ପ୍ରଖ୍ୟାତ ନୃତ୍ୟାଙ୍ଗନା ଅମଲା ଶଙ୍କରଙ୍କ ଆଜି ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେଲା ସେ ବୟସାଧିକ ରୋଗରେ ଶଯ୍ୟାଶାୟୀ ଥିଲେ। ଆଜି ସକାଳେ ତାଙ୍କ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁରେ ଭାରତୀୟ ନୃତ୍ୟ ଜଗତରେ ଏକ ସୁବର୍ଣ୍ଣ ଯୁଗର ଅବସାନ ଘଟିଲା। ଅମଲା ଖ୍ୟାତନାମା ନୃତ୍ୟଗୁରୁ ଉଦୟ ଶଙ୍କରଙ୍କ ପତ୍ନୀ ଏବଂ ପ୍ରଖ୍ୟାତ ସୀତାର ବାଦକ ରବି ଶଙ୍କରଙ୍କ ଭାଉଜ। ତାଙ୍କର ପୁଅ ଆନନ୍ଦ ଏବଂ ଝିଅ ମମତା। ଦୁହେଁ ସଙ୍ଗୀତ ଜଗତ‌ର ଉଦୀୟମାନ କଳାକାର। ତାଙ୍କ ଝିଅ ମଧ୍ୟ ଜଣାଶୁଣା ନୃତ୍ୟଶିଳ୍ପୀ। ତାଙ୍କ ପୂରା ପରିବାର ଆରମ୍ଭରୁ ହିଁ କଳା ‌କ୍ଷେତ୍ର ସହ ଜଡ଼ିତ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। କେଓରତାଲା ଶ୍ମଶାନଘାଟରେ ରାଜକୀୟ ମର୍ଯ୍ୟାଦାର ସହ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

୧୯୧୯ ମସିହା ଜୁନ୍‌ ୨୭ ତାରିଖରେ ଅବିଭକ୍ତ ଭାରତର ଯଶୋରରେ ଜନ୍ମ ନେଇଥିଲେ ଅମଲା। ମାତ୍ର ୧୧ ବର୍ଷ ବୟସରେ ସେ ଇଣ୍ଟରନ୍ୟାସନାଲ କଲୋନିୟଲ ଏକ୍‌ଜିବିସନ୍‌ରେ ଅଂଶଗ୍ରହଣ କରିଥିଲେ। ସେଠାରେ ଉଦୟ ଶଙ୍କରଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ତା’ପରେ ସେ ଗୁରୁ ଉଦୟଙ୍କ ନୃତ୍ୟ ମଣ୍ଡଳୀରେ ସାମିଲ ହୋଇଥିଲେ। ୧୯୪୨ରେ ‌ଉଭୟଙ୍କ ବିବାହ ହୋଇଥିଲା। ଦୁହିଁଙ୍କ ଯୁଗଳବନ୍ଦୀ ନୃତ୍ୟ ଢେର୍‌ ପ୍ରଶଂସନୀୟ ଥିଲା ଦର୍ଶକ ମହଲରେ। ୧୯୪୮ରେ ଦୁହେଁ ‘କଳ୍ପନା’ ନାମକ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୨୦୧୧ରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ‘ବଙ୍ଗ ବିଭୂଷଣ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe