ଅସାମାଜିକ ଓ ମାଫିଆ ଗୋଷ୍ଠୀ  ପୁଣି ଉତ୍ତରପ୍ରଦେଶରେ କ୍ଷମତାକୁ ଫେରୁବାକୁ ଉଦ୍ୟମ କରୁଛନ୍ତି : ମୋଦୀ

Advertisment
ଜାଣନ୍ତୁ ବଜେଟକୁ ନେଇ କିଏ କ’ଣ କହିଲେ...

Image Courtesy of India Today

ନୂଆଦିଲ୍ଲୀ : ଅସାମାଜିକ ଗୋଷ୍ଠୀ ଓ ଦଙ୍ଗାକାରୀମାନେ ଉତ୍ତରପ୍ରଦେଶରେ ପୁଣି ଶାସକୁ ଆସିବାକୁ ପ୍ରବଳ ଉଦ୍ୟମ ଚଳାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଏକ ଭର୍ଚୁଆଲ ରାଲିରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ୨୦୧୪ ପୂର୍ବରୁ ରାଜ୍ୟରେ ଗୁଣ୍ଡା, ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ଥିଲା । ଦଙ୍ଗାକାରୀମାନଙ୍କ ଆଧିପତ୍ୟ ଥିଲା । କିନ୍ତୁ ଆମେ ଉତ୍ତରପ୍ରଦେଶର ପରିସ୍ଥିତିକୁ ବଦଳାଇବା ସହ ଆମ ପ୍ରତିଶ୍ରୁତି ପାଳନ କରିଥିଲୁ । କିନ୍ତୁ ଏବେ ପୁଣି ଅସାମାଜିକ ଗୋଷ୍ଠୀ ଶାସନକୁ ଫେରିବାକୁ ଚାହୁଁଛନ୍ତି । ୫ ବର୍ଷ ତଳେ ଆମ ଝିଅମାନେ ବାହାରକୁ ଆସିବାକୁ ଡରୁଥିଲେ, କିନ୍ତୁ ସରକାରୀ ସୁରକ୍ଷାରେ ରହି ମାଫଆମାନେ ଆରାମରେ ବୁଲୁଥିଲେ । ଯେତେବେଳେ ପଶ୍ଚିମ ଉତ୍ତରପ୍ରଦେଶ ଦଙ୍ଗାରେ ଜଳୁଥିଲା, ସରକାର ଉତ୍ସବରେ ମାତିଥିଲେ । ଗରିବ ଓ ପଛୁଆ ଲୋକଙ୍କ ଜମି ହଡ଼ପ କରିବା ଏକ ସାଧାରଣ କଥା ଥିଲା ।

କିନ୍ତୁ ମାତ୍ର ୫ ବର୍ଷରେ ଯୋଗୀ ସରକାର ଉତ୍ତରପ୍ରଦେଶକୁ ଏସବୁରୁ ମୁକ୍ତ କରିଛନ୍ତି । ଏବେ ଉତ୍ତରପ୍ରଦେଶର ଚୀଷୀ, ବ୍ୟବସାୟୀ,ଅଧିକାରୀମାନେ ଆରାମରେ ବୁଲୁଛନ୍ତି । ଯୋଗୀ ସରକାର ଆଇନ ଶୃଙ୍ଖଳା କଣ ତାହା ଦେଖାଇଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe