ବିପଜ୍ଜନକ ଓ ଦାୟିତ୍ବହୀନ: ବେଲାରୁଷ୍‌ରେ ଆଣବିକ ଅସ୍ତ୍ର ମୁତୟନ ପାଇଁ ପୁଟିନ୍‌ଙ୍କ ଉଦ୍‌ଘୋଷଣାକୁ ନିନ୍ଦା କଲା ‘ନାଟୋ’

Advertisment
ବିପଜ୍ଜନକ ଓ ଦାୟିତ୍ବହୀନ: ବେଲାରୁଷ୍‌ରେ ଆଣବିକ ଅସ୍ତ୍ର ମୁତୟନ ପାଇଁ ପୁଟିନ୍‌ଙ୍କ ଉଦ୍‌ଘୋଷଣାକୁ ନିନ୍ଦା କଲା ‘ନାଟୋ’

Image Courtesy of Reuters

କିବ୍‌: ବିପଜ୍ଜନକ ଓ ଦାୟିତ୍ବହୀନ ବୋଲି କହି ବେଲାରୁଷ୍‌ରେ ‘ଟ୍ୟାକ୍ଟିକାଲ୍‌’ ଆଣବିକ ଅସ୍ତ୍ର ମୁତୟନ କରିବାକୁ ଇଚ୍ଛୁକ ବୋଲି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କରିଥିବା ଉଦ୍‌ଘୋଷଣାକୁ ‘ଦି ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେସନ୍‌’ (ନାଟୋ) ନିନ୍ଦା କରିଛି।

ଶନିବାର ଦିନ ବେଲାରୁଷ୍‌ ଯୋଜନାକୁ ପୁଟିନ୍‌ ୟୁରୋପ୍‌ରେ ଯୁକ୍ତରାଷ୍ଟ୍ର ଆମେରିକା ଗଚ୍ଛିତ ରଖୁଥିବା ଅସ୍ତ୍ରଶସ୍ତ୍ର ଯୋଜନା ସହିତ ତୁଳନା କରିଛନ୍ତି। କିନ୍ତୁ, ଏହାଦ୍ବାରା ଆଣବିକ ଅସ୍ତ୍ରଶସ୍ତ୍ରଧାରୀ ଦେଶ ସଂଖ୍ୟା ବୃଦ୍ଧି କରିବେ ନାହିଁ ବୋଲି ପୁଟିନ କହିଛନ୍ତି।

ଅପ୍ରତ୍ୟାଶିତ ନ ହେଲେ ବି ଏହି ପଦକ୍ଷେପ ହେଉଛି ଅଦ୍ୟାବଧି ରୁଷ୍‌ ଘୋଷଣା କରିଥିବା ଆଣବିକ ଅସ୍ତ୍ର ସଂକ୍ରାନ୍ତ ସବୁଠୁ ଗୁରୁତ୍ବପୂର୍ଣ୍ଣ ଘୋଷଣା ଏବଂ ୟୁକ୍ରେନ୍‌କୁ ସାମରିକ ସହାୟତା ଯୋଗାଉଥିବା ‘ନାଟୋ’ ପ୍ରତି ଚେତାବନୀ ମଧ୍ୟ। ଏହାର ପ୍ରତିବାଦ କରିବାକୁ ଯାଇ ‘ନାଟୋ’ ‘ଜାତିସଂଘ ନିରାପତ୍ତା ପରିଷଦ୍‌’ର ବୈଠକ ଡକାଇଛି।

publive-image Image Courtesy of The Times of India

ରବିବାର ଦିନ ‘ନାଟୋ’ର ମୁଖପାତ୍ରୀ ଓଆନା ଲଙ୍ଗେସ୍କ୍ୟୁ କହିଛନ୍ତି, ରୁଷ୍‌ର ଆଣବିକ ଉଦ୍‌ଘୋଷଣା ବିପଜ୍ଜନକ ଓ ଦାୟିତ୍ବହୀନ। ‘ନାଟୋ’ ସଜାଗ ଅଛି ଏବଂ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି। କିନ୍ତୁ, ଆମ ଆଣବିକ ସ୍ଥିତି ସଜାଡ଼ିବାର କାରଣ ହେବା ଭଳି ରୁଷ୍‌ର ଆଣବିକ ସ୍ଥିତିରେ ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ।

ତେଣେ, ରୁଷୀୟ ସେନା ୟୁକ୍ରେନୀୟ ନଗରୀ ଅବ୍‌ଦିବ୍‌କାରେ ପ୍ରବଳ ବୋମାବର୍ଷଣ ଜାରି କରିଛି। ୟୁକ୍ରେନୀୟ ରା‌ଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କ ପଦସ୍ଥ ସୁରକ୍ଷା ପରାମର୍ଶଦାତା ଓଲେକ୍ସିଇ ଡାନିଲୋଭ୍‌ କହିଛନ୍ତି ଯେ, ରୁଷ୍‌ର ଯୋଜନା ବେଲାରୁଷ୍‌ରେ ଅସ୍ଥିରତା ସୃଷ୍ଟି କରିପାରେ।

ତାଙ୍କ ମତରେ, ବେଲାରୁଷ୍‌କୁ ରୁଷ୍‌ ପଣବନ୍ଦୀ କରି ରଖିଛି।

ସେହିପରି, ରୁଷ୍‌ର ଯୋଜନା ଉପରେ ପ୍ରତିକ୍ରିୟା ବ୍ୟକ୍ତକରି ଲିଥୁଆନିଆ କହିଛି ଯେ, ମସ୍କୋ ଓ ମିନ୍‌ସ୍କ ବିପକ୍ଷରେ ନୂଆ କଟକଣା ଜାରି କରାଯିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe