ସାଂସଦ ଦାନିସ ଅଲ୍ଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାର ତଦନ୍ତ କରିବ ଲୋକସଭା ସ୍ବାଧିକାର କମିଟି

Advertisment
ସାଂସଦ ଦାନିସ ଅଲ୍ଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାର ତଦନ୍ତ କରିବ ଲୋକସଭା ସ୍ବାଧିକାର କମିଟି

ନୂଆଦିଲ୍ଲୀ: ଲୋକସଭାରେ ବିଏସପି ସାଂସଦ ଦାନିଶ ଅଲ୍ଲୀଙ୍କ ବିରୋଧରେ ବିଜେପି ନେତା ରମେଶ ବିଧୁରୀ ଦେଇଥିବା ଆପତ୍ତିଜନକ ମନ୍ତବ୍ୟର ତଦନ୍ତ ଲୋକସଭାର ସ୍ବାଧିକାର କମିଟି କରିବ । ଏ ସଂପର୍କରେ ଲୋକସଭା ବାଚସ୍ପତି ଓମ୍ ବିରଳା ନିର୍ଦ୍ଦେଶ ଦେଇଛନ୍ତି ।

ସେପ୍ଟେମ୍ବର ୨୧ ରେ ଲୋକସଭାରେ ଚନ୍ଦ୍ରଯାନ-୩ର ସଫଳତା ଉପରେ ଆଲୋଚନା ବେଳେ ରମେଶ ବିଧୁରୀ ଦାନିଶ ଅଲ୍ଲୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ଏହାକୁ ବ୍ୟାପକ ସମାଲୋଚନା କରାଯାଇଥିଲା। ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ସାଂସଦ ସୁପ୍ରିୟା ସୁଲେ, ତୃଣମୂଳ କଂଗ୍ରେସ (ଟିଏମସି)ର ଅପରୁପା ପୋଦ୍ଦାର, ଡିଏମକେ ସାଂସଦ କାନିମୋଝି ଏବଂ ଅନ୍ୟ କେତେକ ବିରୋଧୀ ସାଂସଦ ଦାନିଶ ଅଲ୍ଲୀଙ୍କ ପ୍ରତି ସମର୍ଥନ ଜଣାଇଥିଲେ । ଅନ୍ୟପକ୍ଷରେ ବିଜେପି ବିଧୁରିଙ୍କୁ ରାଜସ୍ଥାନ ଟୋଙ୍କ ଜିଲ୍ଲାର ପ୍ରଭାରି ନିଯୁକ୍ତ କରିଥିଲା ।

ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ, ଏନସିପି ସାଂସଦ ସୁପ୍ରିୟା ସୁଲେ, ଟିଏମସିର ଅପରୁପା ପୋଦ୍ଦାର, ଡିଏମକେ ସାଂସଦ କାନିମୋଝି ଏବଂ ଅନ୍ୟ କେତେକ ବିରୋଧୀ ସଦସ୍ୟ ବିର୍ଲାଙ୍କୁ ଚିଠି ଲେଖି ବିଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହି ସାଂସଦମାନେ ମଧ୍ୟ ଏହି ମାମଲାକୁ ସ୍ବାଧିକାର କମିଟିକୁ ପଠାଇବାକୁ ଅନୁରୋଧ କରିଥିଲେ। ସେମାନଙ୍କ ଅନୁରୋଧକୁ ସ୍ବୀକାର କରି ବାଚସ୍ପତି ଓମ୍ ବିରଳା ଏହି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe