ଦନ୍ତେଓ୍ଵାଡାରେ ପୁଲିସ-ନକ୍ସଲ ଗୁଳିବିନିମୟ, ମାରଣାସ୍ତ୍ର ସହ ନକ୍ସଲ ସାମଗ୍ରୀ ଜବତ

୨୦୨୦ ସୁଦ୍ଧା ମାଓବାଦୀ ସମସ୍ୟାର ସମାଧାନ

ଦନ୍ତେଓ୍ଵାଡା:    ମାଲକାନଗିରି ସୀମାନ୍ତ ଦନ୍ତେଓ୍ଵାଡାରେ ପୁଲିସ ପକ୍ଷରୁ ନକ୍ସଲ ଦମନ ଅପରେସନ୍‌ ତିନଦିନ ଧରି ଜାରି ରହିଥିଲା । ଏହି ଅପରେସନ୍‌ ସମୟରେ ପୁଲିସ ଗୁଳିର ସାମ୍ନା କରି ନ ପାରି ନକ୍ସଲ ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଫଳରେ ଘଟଣାସ୍ଥଳରୁ ପୁଲିସ ବିପୁଳ ମାତ୍ରାରେ ନକ୍ସଲ ସାମଗ୍ରୀ ଜବତ କରିଛି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ନକ୍ସଲଙ୍କ ପରିଚୟ ପତ୍ର, ବିଭିନ୍ନ ପ୍ରକାର ମାରଣାସ୍ତ୍ର ଆଦି ରହିଛି। ତେବେ ପୁଲିସର ଏହି ଅପରେସନ୍‌ରେ କେତେଜଣ ନକ୍ସଲ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ହିରୋଲି ଦୋକ୍କାପାର ଜଙ୍ଗଲରେ ତିନିଦିନ ହେବ ଡି ଆର ଜି, ଏସ୍‌ଟିଏଫ୍‌ ଦ୍ୱାରା ବିଜାପୁର ଏବଂ ଦନ୍ତେଓ୍ଵାଡା ଜିଲ୍ଲା ସୀମାରେ ନକ୍ସଲ ବିରୋଧରେ ଅପରେସନ ଜାରି ରହିଥିଲା। ପୁଲିସ ଦଳ ଏବେ ବି ଜଙ୍ଗଲରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe