ଦାରୁଲ୍‌-ଉଲୂମ ଦେଓବନ୍ଦ ଜାରି କଲା ନୂଆ ଫତ୍‌ଓ୍ଵା: ନଖ କାଟିବେନି କି, ନେଲ୍‌ ପଲିସ ବ୍ୟବହାର କରିବେନି ମୁସଲମାନ ମହିଳା

Advertisment
ଦାରୁଲ୍‌-ଉଲୂମ ଦେଓବନ୍ଦ ଜାରି କଲା ନୂଆ ଫତ୍‌ଓ୍ଵା: ନଖ କାଟିବେନି କି, ନେଲ୍‌ ପଲିସ ବ୍ୟବହାର କରିବେନି ମୁସଲମାନ ମହିଳା

ଲକ୍ଷ୍ନୌ: ମୁସଲମାନ ମହିଳାଙ୍କ ନଖ କଟା ଓ ନେଲ୍‌ ପଲିସ୍‌ ବ୍ୟବହାରକୁ ନିଷିଦ୍ଧ କରି ଇସ୍‌ଲାମିକ୍‌ ଦାରୁଲ୍‌ ଉଲୂମ୍‌ ଏକ ନୂତନ ଫତ୍‌ଓ୍ଵା ଜାରି କରିଛି। କିନ୍ତୁ ନଖରେ ମେହେନ୍ଦି ପ୍ରୟୋଗକୁ ନିଷିଦ୍ଧ କରାଯାଇ ନାହିଁ।

ଉପରୋକ୍ତ କାର୍ଯ୍ୟ ସବୁ ଅଣଇସ୍‌ଲାମୀୟ ବୋଲି ଦାରୁଲ୍‌ ଉଲୂମ ଦେଓବନ୍ଦର ଘୋଷଣାନାମା ଜାରି କରୁଥିବା ଦାରୁଲ ଇଫ୍‌ତା କହିଛି।

ଦାରୁଲ୍‌-ଉଲୂମ୍‌ ଦେଓବନ୍ଦର ସଦସ୍ୟ ମୁଫ୍‌ତି ଇଶ୍ରାର୍‌ ଗୌରା କହିଛନ୍ତି: ଅଣ ଇସ୍‌ଲାମୀୟ ହୋଇଥିବାରୁ ଦାରୁଲ୍‌-ଉଲୂମ୍‌ ଦେଓବନ୍ଦ ମୁସଲମାନ ମହିଳାଙ୍କ ନଖ କଟା ଓ ନେଲ୍‌ ପଲିସ୍‌ ବ୍ୟବହାର କରିବା ଉପରେ ନିଷିଦ୍ଧାଦେଶ ଜାରି କରିଛି। ବରଂ ମହିଳାମାନେ ସେମାନଙ୍କ ନଖରେ ମେହେନ୍ଦି ଲଗାନ୍ତୁ।

ଏହି ଇସ୍‌ଲାମୀୟ ସେମିନାରି ବିଚିତ୍ର ଫତ୍‌ଓ୍ଵା ଜାରି କରିବାରେ ଜଣାଶୁଣା।

ଗତବର୍ଷ ଏଇ ସଂଗଠନ ମୁସଲମାନ ମହିଳାଙ୍କୁ ଭ୍ରୂଲତାରୁ ଲୋକ ଉପାଡ଼ି, କାଟି ଠିକ୍‌ ରୂପ ଦେବା ଓ କେଶ କାଟିବାକୁ ନିଷିଦ୍ଧ କରି ଫତ୍‌ଓ୍ଵା ଜାରି କରିଥିଲା।

ଭାରତର ଅନ୍ୟତମ ସର୍ବବୃହତ୍‌ ମୁସଲମାନ ସେମିନାରି ଦାରୁଲ୍‌ ଉଲୂମ୍‌ ଦେଓବନ୍ଦ ଉତ୍ତର ପ୍ରଦେଶ ଅନ୍ତର୍ଗତ ଶାହାରଣପୁର ଜିଲ୍ଲାରେ ଅବସ୍ଥିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe