ରାଫେଲ୍‌ ରାଜିନାମାରେ ଭାରତୀୟ ମଧ୍ୟସ୍ଥଙ୍କୁ ୧ ନିୟୁତ ୟୁରୋ ‘ଉପହାର’ ଦେଇଛି ଡାସଲ୍‌ଟ୍‌: ଫରାସୀ ମିଡିଆ ରିପୋର୍ଟ

Advertisment
ରାଫେଲ୍‌ ରାଜିନାମାରେ ଭାରତୀୟ ମଧ୍ୟସ୍ଥଙ୍କୁ ୧ ନିୟୁତ ୟୁରୋ ‘ଉପହାର’ ଦେଇଛି ଡାସଲ୍‌ଟ୍‌: ଫରାସୀ ମିଡିଆ ରିପୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ୨୦୧୬ରେ ‘ଇଣ୍ଡୋ-ଫ୍ରେଞ୍ଚ୍‌’ ରାଜିନାମା ସ୍ୱାକ୍ଷର ହେବା ପରେ ପରେ ଭାରତର ଜଣେ ମଧ୍ୟସ୍ଥଙ୍କୁ ‘୧ ନିୟୁତ ୟୁରୋ’ ଦେବା ଲାଗି ଫରାସୀ ଲଢୁଆ ଜେଟ୍‌ ‘ରାଫେଲ୍‌’ର ନିର୍ମାତା ରାଜି ହୋଇଥିଲେ ବୋଲି ଫରାସୀ ପ୍ରକାଶନ ‘ମିଡିଆପାର୍ଟ’ କରିଥିବା ତଦନ୍ତରୁ ଜଣାପଡ଼ିଛି।

‘ଡାସଲ୍‌ଟ୍‌ ଗ୍ରୁପ୍‌’ର ୨୦୧୭ ଆକାଉଣ୍ଟ୍‌ସ୍‌ରେ ‘ଗିଫ୍‌ଟୁ କ୍ଲାଏଣ୍ଟ୍‌’ ଆକାରରେ ୫୦୮,୯୨୫ ୟୁରୋ ପ୍ରଦାନ କରାଯାଇଥିବା କଥା କୁହାଯାଉଛି।

ରବିବାର ସନ୍ଧ୍ୟାରେ ‘ଗୋପନୀୟ ଅଡିଟ୍‌ ରିପୋର୍ଟ’ରୁ ପ୍ରାପ୍ତ ତଥ୍ୟକୁ ଆଧାର କରି ‘ମିଡିଆପାର୍ଟ’ ରିପୋର୍ଟ କରିଛି, ରାଫେଲ୍‌ ଜେଟ୍‌ର ୫୦ଟି ବୃହଦ୍‌କାୟ ‘ରେପ୍ଲିକା ମଡେଲ୍‌’ ନିର୍ମାଣ କରିବା ଲାଗି ଏହି ଅର୍ଥ ଦିଆ ଯାଇଥିବା କଥା କମ୍ପାନି କହିଛି। କିନ୍ତୁ, ସେଭଳି କୌଣସି ମଡେଲ୍‌ ନିର୍ମାଣ ହୋଇଥିବା ସଂକ୍ରାନ୍ତରେ ନିରୀକ୍ଷକମାନେ କୌଣସି ପ୍ରମାଣ ଦେଇ ପାରି ନାହାନ୍ତି।

publive-image Image Courtesy of India Today

ଅଭିଯୋଗ ହେଉଥିବା ଏହି ବେଆଇନ ଦେୟ ବିରୋଧରେ ‘ଫ୍ରେଞ୍ଚ୍‌ ଆଣ୍ଟି-କରପ୍‌ସନ୍‌ ଏଜେନ୍‌ସି’ ଅଦାଲତକୁ ଯାଇ ନ ଥିବାରୁ ଉଭୟ ବିଚାର ବ୍ୟବସ୍ଥା ଏବଂ ରାଜନୈତିକ କର୍ତ୍ତୃପକ୍ଷଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିବା କଥା ‘ମିଡିଆପାର୍ଟ’ କହିଛି।

‘ଡେଫ୍‌ସିସ୍‌ ସଲୁସନ୍‌ସ୍‌’ ନାମକ ଏକ ଭାରତୀୟ କମ୍ପାନିର ‘ଇନ୍‌ଭଏସ୍‌ ପ୍ରୋଫର୍ମା’ଦ୍ୱାରା ‘ଡାସଲ୍‌ଟ୍‌’ ଏହି ‘ଉପହାର’କୁ ବ୍ୟୟ ଭାବେ ସାବ୍ୟସ୍ତ କରିବାକୁ ଉଦ୍ୟମ କରିଥିବା କଥା ମଧ୍ୟ ‘ମିଡିଆପାର୍ଟ’ ରିପୋର୍ଟରୁ ଜଣାପଡ଼ିଛି।

୨୦୧୭ ମାର୍ଚ ୩୦ ତାରିଖର ଏହି ‘ଇନ୍‌ଭଏସ୍‌’ରେ ଉଲ୍ଲେଖ ଅଛି ଯେ, ରାଫେଲ୍‌ ଜେଟ୍‌ର ୫୦ଟି ‘ଡମି’ ମଡେଲ୍‌ ନିର୍ମାଣ ଲାଗି ସମୁଦାୟ ଖର୍ଚ୍ଚ ୧, ୦୧୭,୮୫୦ ୟୁରୋର ୫୦% ‘ଡେଫ୍‌ସିସ୍‌’କୁ ଦିଆଯାଇଥିଲା। ପ୍ରତି ‘ଡମି’ର ମୂଲ୍ୟ ୨୦, ୩୭୫ ୟୁରୋ ବୋଲି ଏଥିରେ ଉଲ୍ଲେଖ  କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe