ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ମାମଲା ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀ ସହିତ ଏଣିକି ହସ୍ପିଟାଲରେ ଅକ୍ସିଜେନ ଓ ଔଷଧର ସଙ୍କଟ ବି ଦେଖିବାକୁ ମିଳିଛି।
ଉତ୍ତରପ୍ରଦେଶଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ, ମହାରାଷ୍ଟ୍ର ପତ୍ୟେକ ସ୍ଥାନରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ କ୍ଷେତ୍ରରେ ଅକ୍ସିଜେନ ଅଭାବ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଟିଏମସି ପ୍ରାର୍ଥୀ ଓ ପୂର୍ବତନ କ୍ରିକେଟର ମନୋଜ ତିୱାରୀ ଏକ ଦୁଃଖଦ ଘଟଣାର ଭିଡିଓ ସେୟାର କରିଛନ୍ତି।
ମନୋଜ ତିୱାରୀ ଟୁଇଟ କରିଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଏକ ହସ୍ପିଟାଲ ବାହାରେ ଯୁବତୀ ଜଣକ ନିଜ ବାପାଙ୍କୁ ସାହାଯ୍ୟ କରିବାକୁ ଆକୁଳ ନିବେଦନ କରୁଛନ୍ତି। ହସ୍ପିଟାଲର ଅବ୍ୟବସ୍ଥା ଜଣାଇବା ସହିତ ଭିଡିଓରେ କହୁଛନ୍ତି, ‘ଦୁଇଦିନ ପୂର୍ବରୁ ମୋ ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲି। ଶେଷ ମୁହୂର୍ତ୍ତରେ ବାପାଙ୍କୁ ଲାଗିଥିବା ଅକ୍ସିଜେନ ଶେଷ ହୋଇ ଆସୁଥିବା ହସ୍ପିଟାଲ ବାଲା କହିଥିଲେ। ଏମିତି ଏମାନେ କେମିତି କରି ପାରିଲେ। ଦୟାକରି ଅକ୍ସିଜେନ ଯୋଗାଡ଼ କରି ଦିଅନ୍ତୁ। ଅକ୍ସିଜେନ ଶେଷ ହୋଇଗଲେ ସେମାନେ ମୋ ବାପାଙ୍କୁ ହସ୍ପିଟାଲ ବାହାରକୁ ବାହାର କରି ଦେବେ କହୁଛନ୍ତି।’
/sambad/media/post_attachments/8a55386c2a58c356570293d34c50dfc26d41911f21dbd6de52dd4241b886290e.jpg)
ତେବେ କେବଳ ଏହି ଜଣେ ନୁହନ୍ତି, ଯିଏକି ହସ୍ପିଟାଲ ବାହାରେ ନିଜ ପିତାଙ୍କୁ ବଞ୍ଚାଇବା ପାଇଁ ବ୍ୟାକୁଳ ହେଉଛନ୍ତି। ଏହି ଝିଅଙ୍କ ପରି ଅନେକ ଲୋକ ହସ୍ପିଟାଲ ବାହାରେ ଅଛନ୍ତି, ଯେଉଁମାନେ ଅକ୍ସିଜେନ ଅଭାବ ହେତୁ ସେମାନଙ୍କ ରୋଗୀଙ୍କ ସହିତ କିଭଳି ବ୍ୟବହାର କରାଯାଉଛି ତାହା ବଖାଣିଛନ୍ତି।
Follow Us