ଟଙ୍କା ନ ଦେବାରୁ ଲିଭ-ଇନ ପାର୍ଟନରଙ୍କ ସହ ମିଶି ମାକୁ ହତ୍ୟା କଲେ ଝିଅ

ଯୁବକଙ୍କୁ ଅପହରଣ ପରେ ହତ୍ୟା

The Hans India

ନୂଆଦିଲ୍ଲୀ: ଖର୍ଚ୍ଚ ପାଇଁ ଟଙ୍କା ନ ଦେବାରୁ ଲିଭ-ଇନ-ପାର୍ଟନରଙ୍କ ସହ ମିଶି ମାକୁ ହତ୍ୟା କଲେ ଝିଅ | ଦିଲ୍ଲୀର ଆମ୍ବେଦକର ନଗର ଅଞ୍ଚଳରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଯାଇଛି | ପୁଲିସର ସୂଚନାନୁସାରେ, ଫେବୃଆରୀ ୧୯ ରେ ଜଣେ ବୃଦ୍ଧ ମହିଳାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସ ଦେଖିଥିଲା ଯେ ୫୫ ବର୍ଷୀୟ ସୁଧା ରାନୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଘରର ପ୍ରଥମ ମହଲାରେ ଖଟ ଉପରେ ପଡ଼ିଥିଲା | ତେବେ ମୃତ ମହିଳାଙ୍କ ଝିଅ ପୁଲିସକୁ କହିଥିଲେ ଯେ ରାତି ପ୍ରାୟ ୯.୩୦ ସମୟରେ ଦୁଇଜଣ ଲୋକ ବନ୍ଧୁକ ଧରି ଘରେ ପଶିଥିଲେ। ଉଭୟ ମା’ଙ୍କ ଅଳଙ୍କାର ଏବଂ ଘରେ ରଖାଯାଇଥିବା ନଗଦ ଟଙ୍କା ଲୁଟି ନେଇ ତାଙ୍କୁ ହତ୍ୟା କରି ପଳାଇ ଯାଇଥିଲେ। ତେବେ ପୁଲିସ ଲଗାତାର ତାଙ୍କ ଝିଅକୁ ପଚରାଉଚୁରା କରିବା ପରେ ସତ ସାମ୍ନାକୁ ଆସିଥିଲା |

ପଚରାଉଚରା ବେଳେ ଜଣାପଡିଥିଲା ​​ଯେ ଅଭିଯୁକ୍ତ ଦେବଯାନୀ ଗ୍ରେଟର ନୋଏଡାର ବାସିନ୍ଦା ଚେତନଙ୍କୁ ବିବାହ କରିଥିଲେ ଏବଂ ବିବାହର କିଛି ବର୍ଷ ପରେ ତାଙ୍କ ସ୍ୱାମୀଙ୍କୁ ଛାଡି ଶିବୁଙ୍କ ସହ ଲିଭ-ଇନ ରିଲେସନରେ ରହିଆସୁଥିଲେ | ତେବେ ଶିବୁଙ୍କ ସହ ରହୁଥିବାରୁ ତାଙ୍କ ମା ଆଉ ଟଙ୍କା ଦେଉନଥିଲେ | ଏହା ସହ ଶିବୁଙ୍କୁ ନ ଛାଡିଲେ ସମ୍ପତ୍ତିରୁ କାଣିଚାଏ ବି ଦେବେନି ବୋଲି କହିଥିଲେ |

ଏଥିରେ ରାଗିଯାଇ ଶିବୁଙ୍କ ସହ ମିଶି ତାଙ୍କ ମା’ଙ୍କୁ ରାସ୍ତାରୁ ହଟାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ଅନୁଯାୟୀ, ଦେବଯାନୀ ତାଙ୍କ ମାଙ୍କ ଚା’ରେ ନିଦ ବଟିକା ମିଶ୍ରିତ କରିଥିଲେ ଓ ସର୍ଜିକାଲ୍ ବ୍ଲେଡରେ ମା’ଙ୍କ ଗଳା କାଟି ଦେଇଥିଲେ। ଏହା ପରେ ସେ ନିଜେ ଘରେ ରଖାଯାଇଥିବା ଅଳଙ୍କାର ଏବଂ ନଗଦ ଟଙ୍କା ଶିବୁଙ୍କୁ ଦେଇ ଫେରାର ହୋଇଯିବାକୁ କହିଥିଲେ। ପୁଲିସ ବର୍ତ୍ତମାନ ଉଭୟଙ୍କୁ ଗିରଫ କରିଛି। ତେବେ ପୁଲିସକୁ ବିଭ୍ରାନ୍ତ କରିବା ପାଇଁ ଡକାୟତିର ଏକ ମିଥ୍ୟା କାହାଣୀ ପ୍ରସ୍ତୁତ କରିଥିବା ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe