Image Courtesy of Hindustan Times
ଡେରାଡୁନ୍: ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ବାରମୂଳାରେ ସୀମାପାରି ସେଲିଙ୍ଗ୍ କ୍ଷେପଣରେ ସହିଦ ହୋଇଥିବା ‘ବିଏସ୍ଏଫ୍’ ସବ୍-ଇନ୍ସ୍ପେକ୍ଟର୍ ରାକେଶ ଡୋଭାଲ୍ଙ୍କ ଶେଷକୃତ୍ୟ ଆଜି ତାଙ୍କ ବାସସ୍ଥାନ ସହର ଋଷିକେଶରେ ସମ୍ପନ୍ନ ହୋଇଛି।
ଆଜି ସକାଳ ୭ଟାରେ ଦୋବାଲ୍ଙ୍କ ପାର୍ଥିବ ଅବଶେଷ ଋଷିକେଶସ୍ଥିତ ତାଙ୍କ ଘରେ ପହଞ୍ଚିବା ପରେ ଅପରାହ୍ଣରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସିଥିବା ବହୁସଂଖ୍ୟକ ଜନତାଙ୍କ ଉପସ୍ଥିତିରେ ସତ୍କାର କାରାଯାଇଛି।
ସହିଦ ଯବାନଙ୍କର ପତ୍ନୀ ଓ ୧୦ ବର୍ଷୀୟ ଝିଅଟିଏ ଅଛନ୍ତି। ବାପାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିବା ବେଳେ ଦ୍ବିତ୍ୟା ନାମ୍ନା ସେ ଝିଅଟି ପ୍ରଶଂସନୀୟ ସାହସ ପ୍ରଦର୍ଶନ କରିଛନ୍ତି।
Image Courtesy of Onmanorama‘ଭାରତ ମାତା କି ଜୟ’ ଏବଂ ‘ଜୟ ହିନ୍ଦ୍’ ସ୍ଲୋଗାନ୍ ଦେବା ବେଳେ ସେ କାନ୍ଦି ନ ଥିଲେ। ବରଂ ବାପାଙ୍କ ପ୍ରତି ସର୍ବୋତମ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଦେଶ ସେବା କରିବା ଲାଗି ସେ ଭାରତୀୟ ସେନାବାହିନୀରେ ଯୋଗ ଦେବାକୁ ଇଚ୍ଛୁକ ବୋଲି ଘୋଷଣା କରିଥିଲେ।
ଶେଷକୃତ୍ୟ ସମୟରେ ସେ କହିଲେ, ବଡ଼ ହେଲେ ମୁଁ ସେନାରେ ଯୋଗ ଦେଇ ଦେଶ ସେବା କରିବି। ମୋ ବାପା ଦେଶ ପାଇଁ ଆତ୍ମବଳି ଦେଲେ; ମୁଁ ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରିବି ଏବଂ ସାଧ୍ୟମତେ ଦେଶ ସେବା କରିବି। ତାହା ହେବ ତାଙ୍କ ପ୍ରତି ମୋର ସବୁଠୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
ଡୋଭାଲ୍ଙ୍କ ପତ୍ନୀ ଏବଂ ତାଙ୍କ ମାଆ କାନ୍ଦୁଥିବା ବେଳେ ଦ୍ବିତ୍ୟା ସେମାନଙ୍କୁ ସାନ୍ତ୍ବନା ଦେଇ କହୁଥିଲେ, କାନ୍ଦୁଛ କାହିଁକି? ବାପା ଦେଇଥିବା ଆତ୍ମବଳି ଲାଗି ଗର୍ବିତ ହୁଅ। ଏ କଥାରେ ଉପସ୍ଥିତ ଜନତାଙ୍କ ଆଖିରେ ଲୁହ ଚାଲି ଆସିଥିଲା।
Follow Us