ଭାରତୀୟ ଗଣମାଧ୍ୟମ ଉପରେ ବର୍ଷିଲେ ଦାଉଦ୍‌ ବାନ୍ଧବୀ ମେହୱିସ

Advertisment
ଭାରତୀୟ ଗଣମାଧ୍ୟମ ଉପରେ ବର୍ଷିଲେ ଦାଉଦ୍‌ ବାନ୍ଧବୀ ମେହୱିସ

geo.tv

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ଦାଉଦ୍‌ ଇବ୍ରାଇମ୍‌ ସହ ତାଙ୍କର ସମ୍ପର୍କ ପଦାରେ ପଡ଼ିଯିବା ପରେ ପାକିସ୍ତାନୀ ଅଭି‌ନେତ୍ରୀ ମେହୱିସ ହାୟତ ଏବେ ଭାରତୀୟ ଗଣମାଧ୍ୟମ ଉପରେ ଖପ୍ପା ହୋଇଯାଇଛନ୍ତି। ମେହୱିସ କହିଛନ୍ତି, ଭାରତୀୟ ଗଣମାଧ୍ୟମର ଏଜେଣ୍ଡା କ’ଣ ଏବଂ କାହିଁକି ସେମାନେ ତାଙ୍କ ପଛରେ ପଡ଼ିଛନ୍ତି ତାହା ତାଙ୍କୁ ଜଣାନାହିଁ। ଏହା ଏକପ୍ରକାର ହଟଚମଟ ସୃଷ୍ଟିକାରୀ ସାମ୍ବା‌ଦିକତା। ଅପରପକ୍ଷେ, କା‌ଶ୍ମୀ‌ରର ଜନସାଧାରଣଙ୍କ ଉପରେ କରାଯାଉଥିବା ଅତ୍ୟାଚାର ଓ ମାନବାଧିକାର ଉଲ୍ଲଂଘନ ବିରୋଧରେ ସେ ପ୍ରଚାର ଓ ପ୍ରସାର ଜାରି ରଖିବେ ବୋଲି ମେହୱିସ୍‌ କହିଛନ୍ତି।

publive-image image credit : newsroompost

ସୂଚନାଯୋଗ୍ୟ, ମେହୱିସ ଗତବର୍ଷ କାଶ୍ମୀର ସମ୍ପର୍କରେ ଟ୍ବିଟ୍‌ କରି ବିବାଦୀୟ ହୋଇ ପଡ଼ିଥିଲେ। ସେ ଟ୍ବିଟ୍‌ କରିଥି‌ଲେ, ‘ଯେତେବେଳେ ସମଗ୍ର ବିଶ୍ବ ଦୀପାବଳି ପାଳୁଛି, ସେତେବେଳେ କାଶ୍ମୀରରେ ଅନ୍ଧକାର ଘୋଟି ଯାଇଛି।’ ଏହାକୁ ନେଇ ମେହୱିସଙ୍କ ଭାରତ ବିରୋଧୀ ମନୋଭାବ କେତେ ତୀବ୍ର ତାହା ଜଣାପଡ଼େ। ତେବେ ସେ ବର୍ତ୍ତମାନ କୁଖ୍ୟାତ ଆତଙ୍କବାଦୀ ଦାଉଦ ଇବ୍ରାହିମର ବାନ୍ଧବୀ ବୋଲି ପ୍ରଚାର ହୋଇଯିବା ପରେ ବିବ୍ରତ ହୋଇ ପଡ଼ିଛନ୍ତି। ୧୯୯୩ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ଦାଉଦ୍‌ ଇବ୍ରାହିମ୍‌ ଏବଂ ପାକିସ୍ତାନୀ ଅଭିନେତ୍ରୀ ମେହୱିସ ହାୟତ ମଧ୍ୟରେ ଥିବା ସମ୍ପର୍କ ପଦାକୁ ଆସିଯିବାରୁ ଦାଉଦ୍‌ ମଧ୍ୟ ଏହାକୁ ନେଇ ବିଚଳିତ ହୋଇପଡ଼ିଛି। ସୂଚନାଯୋଗ୍ୟ, ଦାଉଦ୍‌ ସମ୍ପର୍କରେ ଆସିବା ପରେ ମେହୱିସ୍‌ ରାତାରାତି ପାକିସ୍ତାନରେ ସେଲିବ୍ରିଟି ହୋଇଯାଇଥିଲେ। ଦାଉଦ୍‌ ପାଇଁ ତା‌ଙ୍କୁ ମଧ୍ୟ ପାକିସ୍ତାନର ସମ୍ମାନଜନକ ନାଗରିକ ସମ୍ମାନ ‘ତାମ୍‌ଗା-ଏ-ଇମ୍‌ତିଆଜ’ ପୁରସ୍କାର ମିଳିଥିବା ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe