Image Courtesy of India Today
ନୂଆଦିଲ୍ଲୀ: ଭାରତରେ ଆକ୍ରମଣ କରିବା ଲାଗି ପଳାତକ ଗ୍ୟାଙ୍ଗ୍ଷ୍ଟର୍ ଦାଉଦ୍ ଇବ୍ରାହିମ୍ ଗୋଟାଏ ସ୍ବତନ୍ତ୍ର ୟୁନିଟ୍ ଗଠନ କରିଥିବା କଥା ‘ଦି ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ (ଏନ୍ଆଇଏ) କହିଛି। ‘ଏନ୍.ଆଇ.ଏ.’ କହିବା ଅନୁସାରେ, ଦାଉଦ୍ର ଆକ୍ରମଣ ତାଲିକାରେ ରହିଛି ରାଜନେତା ଓ ପ୍ରସିଦ୍ଧ ବ୍ୟବସାୟିମାନଙ୍କ ନାମ।
ବିସ୍ଫୋରକ ଏବଂ ମାରାତ୍ମକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଦେଶର ବିଭିନ୍ନ ପ୍ରାନ୍ତରେ ହିଂସା ଉଦ୍ରେକ କରିବା ଉଦ୍ଦେଶ୍ୟରେ ଦାଉଦ୍ ଇବ୍ରାହିମ୍ ଏବଂ ତା’ର ସ୍ବତନ୍ତ୍ର ୟୁନିଟ୍ ଆକ୍ରମଣ ପାଇଁ ଯୋଜନା କରୁଥିବା କଥା ‘ଏନ୍.ଆଇ.ଏ.’ କହିଛି। ଏହାଛଡ଼ା, ଦିଲ୍ଲୀ ଏବଂ ମୁମ୍ବାଇ ଉପରେ ଦାଉଦ୍ ଇବ୍ରାହିମ୍ର ଦୃଷ୍ଟି ଥିବା କଥା ମଧ୍ୟ ତଦନ୍ତ ଏଜେନ୍ସି ‘ଏନ୍.ଆଇ.ଏ.’ ସୂଚନା ଦେଇଛି।
Image Courtesy of Madhayamamଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣରେ ସଂଶ୍ଳୀଷ୍ଟ ଥିବା ଦର୍ଶାଇ ନିକଟ ଅତୀତରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦାଉଦ୍ ଇବ୍ରାହିମ୍ ଏବଂ ତା’ର ସହଯୋଗୀଙ୍କ ନାଁରେ ଆର୍ଥିକ ଦୁର୍ନୀତି ମାମଲା ରୁଜୁ କରିଥିଲା।
ଏହାଛଡ଼ା, ଶୁକ୍ରବାର ଦିନ ଇକ୍ବାଲ୍ କାସ୍କର୍ଙ୍କୁ ମଧ୍ୟ ଆର୍ଥିକ ଦୁର୍ନୀତି ମାମଲାରେ ଫେବ୍ରୁଆରି ୨୪ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦେଶାଳୟ ହାଜତକୁ ପଠାଇ ଦିଆଯାଇଛି।
Follow Us