ପାକ୍‌ ଅଭିନେତ୍ରୀ ମେହେୱିସଙ୍କ ସହ ସମ୍ପର୍କ ପଦାରେ ପଡ଼ିଯିବାରୁ ଦାଉଦ୍‌ ବିବ୍ରତ

Advertisment
ପାକ୍‌ ଅଭିନେତ୍ରୀ ମେହେୱିସଙ୍କ ସହ ସମ୍ପର୍କ ପଦାରେ ପଡ଼ିଯିବାରୁ ଦାଉଦ୍‌ ବିବ୍ରତ

ନୂଆଦିଲ୍ଲୀ: ପାକିସ୍ତାନୀ ଅଭିନେତ୍ରୀ ମେହେୱିସ ହାୟତ ସହ ଥିବା ସମ୍ପର୍କ ପଦାରେ ପଡ଼ିଯିବାରୁ କୁଖ୍ୟାତ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ୍‌ ଏବେ ବିଚଳିତ ହୋଇ ପଡ଼ିଛି। ଦାଉଦ ଓ ମେହେୱିସ ମଧ୍ୟରେ ସମ୍ପର୍କ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ କେମିତି ଏ ସମ୍ପର୍କ ପଦାକୁ ଆସିଲା ଦାଉଦ୍‌ ତା’ର ଖୋଳତାଡ଼ କରୁଛି ବୋଲି ଜଣାପଡ଼ିଛି। ଦାଉଦଠାରୁ ୨୭ ବର୍ଷ ସାନ ମେହେୱିସ ଏବେ ଦାଉଦ ପାଇଁ ବଡ଼ ଦୁର୍ବଳତା ପାଲଟିଛି। ପାକିସ୍ତାନରେ ମେହେୱିସ ଏବେ ‘ଗ୍ୟାଙ୍ଗଷ୍ଟର ଡଲ୍‌’ ଏବଂ ‘କ୍ୟାଟ୍‌ ଇନ୍‌ ପାକିସ୍ତାନ’ ନାମରେ ପରିଚିତ। ସୂଚନାଯୋଗ୍ୟ, ଗତ ୨୦୧୯ରେ ମେହେୱିସ-ଦାଉଦ ସମ୍ପର୍କ ପଦାକୁ ଆସିଥିଲା ବୋଲି କୁହାଯାଉଛି। ମେହେୱିସ ପାକିସ୍ତାନର ସମ୍ମାନଜନକ ‘ତାମ୍‌ଘା-ଏ-ଇମ୍‌ତିଆଜ୍‌’ ପୁରସ୍କାର ପାଇବାବେଳେ ଦାଉଦ ସହ ସମ୍ପର୍କ ଥିବା ନେଇ ଆଲୋଚନା ହୋଇଥିଲା। ମେହେୱିସ କିଭଳି ଏ ପୁରସ୍କାର ପାଇଲେ ଏବଂ ଏଥିନେଇ ଦାଉଦର ହାତ ରହିଛି ବୋଲି ଆଲୋଚନା ହେଲା। ପାକିସ୍ତାନ ସରକାର ମଧ୍ୟ ଏଥିନେଇ ସମାଲୋଚିତ ହୋଇଥିଲା।

publive-image Deccan Herald

ଏହା ସହିତ କରାଚିର ନୁରାବାଦ ବଙ୍ଗଳା ଏବଂ ‘ହାଉସ ନମ୍ବର ୩୭’ ବଙ୍ଗଳାର ତାଲିକା ପ୍ରକାଶ ପାଇବାରୁ ଏହା ଦାଉଦର ସମସ୍ୟା ବଢ଼ାଇଛି। ଅପରପକ୍ଷେ, ଦାଉଦ୍‌ କରାଚିରେ ରହୁନାହିଁ ବୋଲି ପଳାତକ ଡନ୍‌ ଛୋଟା ସକିଲ୍‌ କହିଛି। ଭାରତୀୟ ଗଣମାଧ୍ୟମ ଏ ନେଇ ଅତିରଞ୍ଜିତ ଖବର ପରିବେଷଣ କରୁଛି ବୋଲି ଛୋଟା ସକିଲ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe