୪ଟି ରାଜ୍ୟରେ ‘ବିଜେପି’ର ବିପୁଳ ବିଜୟ ପରେ ଅହମଦାବାଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶାଳ ରୋଡ୍‌ ସୋ’

Advertisment
୪ଟି ରାଜ୍ୟରେ ‘ବିଜେପି’ର ବିପୁଳ ବିଜୟ ପରେ ଅହମଦାବାଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶାଳ ରୋଡ୍‌ ସୋ’

Image Courtesy of India Today

ଅହମଦାବାଦ: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ‘ବିଜେପି’ ବିଜୟ ହାସଲ କରିବାର ଦିନକ ପରେ ଅର୍ଥାତ୍‌ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ହେବାକୁ ଥିବା ଗୁଜରାଟ ରାଜ୍ୟରେ ବିଶାଳ ରୋଡ୍‌ ସୋ’ କରିଛନ୍ତି।

ଏହି ରୋଡ୍‌ ସୋ’ ଅହମଦାବାଦ ବିମାନ ବନ୍ଦରରୁ ୬ କିଲୋମିଟର୍‌ ଦୂର ଗାନ୍ଧୀନଗରସ୍ଥିତ ‘ବିଜେପି’ ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା।

‘ବିଜେପି’ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁଜରାଟ ଗସ୍ତ ହେଉଛି ବିଧାନସଭା ନିର୍ବାଚନ ପ୍ରଚାରର ଅୟମାରମ୍ଭ। ଚଳିତ ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଆ‌ୟୋଜନ କରାଯିବ।

publive-image Image Courtesy of India Today

ମାର୍ଚ ୧୧ ଓ୧୨ ତାରିଖ, ଦୁଇ ଦିନ ପାଇଁ ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଚାୟତରୁ ନିର୍ବାଚିତ ୧ ଲକ୍ଷରୁ ଊର୍ଦ୍ଧ୍ବ ପ୍ରତିନିଧିମାନଙ୍କ ରାଲିରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଦୁଇଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମଧ୍ୟ ଅହମଦାବାଦସ୍ଥିତ ଏକ ଷ୍ଟାଡିୟମ୍‌ରେ ‘ଖେଳ ମହାକୁମ୍ଭ’ ନାମରେ କ୍ରୀଡ଼ା ଉତ୍ସବ ଉଦ୍‌ଘାଟନ କରିବେ। ଏହା ବ୍ୟତିରେକେ, ସେ ଗାନ୍ଧୀନଗର ଜିଲ୍ଲାର ଲାବାଡ଼ରେ ଥିବା ରାଷ୍ଟ୍ରୀୟ ରକ୍ଷା ବିଶ୍ବବିଦ୍ୟାଳୟ‌ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଭିଭାଷଣ ପ୍ରଦାନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe