ପିଲୋସିଙ୍କ ଗସ୍ତର ଦିନକ ପରେ ତାଇୱାନ୍‌ ଚାରିପଟେ ବଡ଼ଧରଣର ସମରାଭ୍ୟାସ ଆରମ୍ଭ କଲା ଚୀନ୍‌

Advertisment
ପିଲୋସିଙ୍କ ଗସ୍ତର ଦିନକ ପରେ ତାଇୱାନ୍‌ ଚାରିପଟେ ବଡ଼ଧରଣର ସମରାଭ୍ୟାସ ଆରମ୍ଭ କଲା ଚୀନ୍‌

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନ୍‌ସି ପିଲୋସିଙ୍କ ଗସ୍ତର ଦିନକ ପରେ ଅର୍ଥାତ୍‌ ଆଜି ତାଇୱାନ୍‌ ଦ୍ବୀପ ଚାରିପଟରେ ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ (ପିଏଲ୍‌ଏ) ସବୁଠୁ ବଡ଼ଧରଣର ସମରାଭ୍ୟାସ ଆରମ୍ଭ କରିଛି ବୋଲି ଚୀନ୍‌ର ରାଷ୍ଟ୍ରାୟତ ଟେଲିଭିଜନ୍‌ ରିପୋର୍ଟ କରିଛି।

ତାଇୱାନ୍‌ ଦ୍ବୀପକୁ ବେଢ଼ି ରହିଥିବା ଜଳରାଶି ଓ ଆକାଶରେ ‘ପିଏଲ୍‌ଏ’ର ସୈନିକମାନେ ଗୁଳିଗୋଳା ବର୍ଷଣ କରୁଛନ୍ତି। ରବିବାର ମଧ୍ୟାହ୍ନ ୧୨ଟା ବେଳକୁ ତାଇୱାନ୍‌ ଚାରିପଟରେ ଚାଲିଥିବା ଗୁଳିଗୋଳା ବର୍ଷଣ ଓ ଅନ୍ୟାନ୍ୟ ସମରାଭ୍ୟାସ ଶେଷ ହେବ ବୋଲି ରାଷ୍ଟ୍ରାୟତ ଟେଲିଭିଜନ୍ କହିଛି।

ରାଷ୍ଟ୍ରାୟତ ସମ୍ବାଦ ପ୍ରସାରଣ ସଂସ୍ଥାନ ‘ସିସିଟିଭି’ ରିପୋର୍ଟ କରିଛି, ବାସ୍ତବ ଯୁଦ୍ଧ ଭଳି ସମରାଭ୍ୟାସ ନିମନ୍ତେ ତାଇୱାନ ଦ୍ବୀପ ଚାରିପଟେ ଥିବା ୬ଟି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳକୁ ଚୟନ କରାଯାଇଛି। ଏହି ସମରାଭ୍ୟାସ ବେଳେ ଉକ୍ତ ଜଳ ଓ ଆକାଶ ସୀମା ମଧ୍ୟକୁ ଅନ୍ୟାନ୍ୟ ଜାହାଜ ଓ ଉଡ଼ାଜାହାଜ ପ୍ରବେଶ କରିବା ଅନୁଚିତ।

publive-image Image Courtesy of India Today

ଅନ୍ୟ ପକ୍ଷରେ, ତାଇୱାନ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ସମରାଭ୍ୟାସ ଉପରେ ତାଇୱାନ୍‌ ତୀବ୍ର ଦୃଷ୍ଟି ରଖିଛି। ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲେ ବି ଯୁଦ୍ଧ କରିବାକୁ ତାଇୱାନ୍‌ ଚାହୁଁନାହିଁ। ଏକ ବିବୃତିରେ ତାଇୱାନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ଯୁଦ୍ଧ କରିବାକୁ, ଦ୍ବନ୍ଦ୍ବ ବଢ଼ାଇବା ଏବଂ ବିବାଦ କରାଇବାକୁ ଅନାଗ୍ରହୀ ଥିଲେ ବି ତାଇୱାନ୍‌ ଯୁଦ୍ଧ ପ୍ରସ୍ତୁତି ନୀତି ବଜାୟ ରଖିବ।

ଉଲ୍ଲେଖଯୋଗ୍ୟ, ବୁଧବାର ଦିନ ପିଲୋସି ତାଇୱାନ୍‌ରୁ ଯିବା ପରେ ରାଗରେ ଚୀନ୍‌ ତାଇୱାନ୍‌ ଚତୁଃପାର୍ଶ୍ବସ୍ଥ ଜଳରାଶିରେ ସମରାଭ୍ୟାସ ବୃଦ୍ଧି କରିବା ସହ ବେଜିଙ୍ଗ୍‌ରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତଙ୍କୁ ଡକାଇଥିଲା ଓ ତାଇୱାନ୍‌ରୁ କେତେକ କୃଷିଜାତ ସାମଗ୍ରୀର ଆମଦାନି ସ୍ଥଗିତ ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe