ସିନ୍ଦେ ଶପଥ ନେବାର ଦିନକ ପରେ ଆୟକର ବିଭାଗରୁ ‘ପ୍ରେମପତ୍ର’ ପାଇଲି: ଶରଦ ପାୱାର୍‌

Advertisment
ସିନ୍ଦେ ଶପଥ ନେବାର ଦିନକ ପରେ ଆୟକର ବିଭାଗରୁ ‘ପ୍ରେମପତ୍ର’ ପାଇଲି: ଶରଦ ପାୱାର୍‌

Image Courtesy of India Toay

ନୂଆଦିଲ୍ଲୀ: ୨୦୦୪, ୨୦୦୯, ୨୦୧୪ ଏବଂ ୨୦୨୦ରେ ‘ଏନ୍‌ସିପି’ ମୁଖ୍ୟ ଶରଦ ପାୱାର୍‌ ଫାଇଲ୍‌ କରିଥିବା ନିର୍ବାଚନ ସତ୍ୟପାଠ ସଂକ୍ରାନ୍ତରେ ଆୟକର ବିଭାଗ ତାଙ୍କ ନିକଟକୁ ନୋଟିସ ପଠାଇଛି।

ସୂଚନାଯୋଗ୍ୟ, ବିଦ୍ରୋହୀ ଶିବସେନା ବିଧାୟକ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ପରଦିନ ଶରଦ ପାୱାର୍‌ ଏହି ନୋଟିସ୍‌ ପାଇଛନ୍ତି।

ନୋଟିସ୍‌ ପାଇବା ପରେ ପ୍ରତିକ୍ରିୟା ବ୍ୟକ୍ତ କରି ପାୱାର୍‌ ମରାଠୀ ଭାଷାରେ ଟୁଇଟ୍‌ କରି ଲେଖିଛନ୍ତି: ଆଜିକାଲି ଗ୍ରହଣ କରାଯାଉଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ଏବଂ କେନ୍ଦ୍ରୀୟ ଏଜେନ୍‌ସିମାନଙ୍କ ସହାୟତାର ଫଳାଫଳ ସ୍ପଷ୍ଟ ଜଣାପଡୁଛି। ତଦନ୍ତ ନୋଟିସ୍‌ ପାଇଛନ୍ତି ବୋଲି ବିଧାନସଭାର ଅନେକ ସଦସ୍ୟ କହିଛନ୍ତି। ନୂଆ ପଦ୍ଧତିଟିଏ ଆରମ୍ଭ ହୋଇଛି। ୫ ବର୍ଷ ତଳେ ଆମେ ‘ଇଡି’ର ନାଁ ବି ଜାଣି ନ ଥିଲୁ। ଆଜି, ଗାଁଗଣ୍ଡ‌ାରେ ବି ଲୋକେ ମଜାରେ କହୁଛନ୍ତି ଯେ, ତୁମକୁ ‘ଇଡି’ ଧରିବ।

publive-image Image Courtesy of NDTV

ସେ ଆହୁରି ମଧ୍ୟ କହିଛନ୍ତି, ଭିନ୍ନ ରାଜନୈତିକ ମତ ଥିବା ଲୋକମାନଙ୍କ ନିମନ୍ତେ ଏହି ବ୍ୟବସ୍ଥା ଲାଗୁ କରାଯାଉଛି। ଆୟକର ବିଭାଗରୁ ମୁଁ ସେ ପ୍ରକାରର ଗୋଟାଏ ‘ପ୍ରେମପତ୍ର’ ପାଇଛି। ୨୦୦୪ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ବେଳେ ସତ୍ୟପାଠରେ ଥିବା ସୂଚନା ସଂକ୍ରାନ୍ତରେ ଏବେ ସେମାନେ ତଦନ୍ତ କରିବେ।

ମୁଁ ୨୦୦୯ରେ ମଧ୍ୟ ଲୋକସଭା ଏବଂ ୨୦୦୯ ପରେ ୨୦୧୯ ରାଜ୍ୟସଭା ନିର୍ବାଚନରେ ଠିଆ ହୋଇଥିଲି। ଏବେ ୨୦୨୦ ରାଜ୍ୟସଭା ନିର୍ବାଚନ ସତ୍ୟପାଠ ସଂକ୍ରାନ୍ତରେ ବି ନୋଟିସ୍‌ ଆସିବ। ସୌଭାଗ୍ୟକୁ ମୁଁ ଏ ସବୁ ସୂଚନା ସଜାଡ଼ି ରଖିଛି।

ଏହି ନୋଟିସ୍‌ କେବେ ଜାରି ହେଲା ତାହାକୁ (ତାରିଖ) ନେଇ ‘ଏନ୍‌ସିପି’ ସ‌ନ୍ଦେହ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe