ସଂସଦର ମୌସୁମୀ ଅଧିବେଶନ: ୧୯ କାର୍ଯ୍ୟଦିବସ ମଧ୍ୟରେ ଗୃହୀତ ‌ହେବ ୯ଟି ଏବଂ ପାରିତ ହେବ ୧୭ଟି ବିଲ୍

Advertisment
ପୁଣି ଚାଲୁ ହେବ ସାଂସଦ ପାଣ୍ଠି

India TV News

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ। ଜୁଲାଇ ୧୯ରୁ ଅଗଷ୍ଟ ୧୩ ଭିତରେ ମୋଟ ୧୯ ଦିନ ଅଧିବେଶନ ହେବ। ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍ ଅନୁଯାୟୀ, ପାର୍ଲାମେଣ୍ଟରେ ୩୮ଟି ବିଧେୟକ ପଡ଼ିରହିଛି। ସେଥିମଧ୍ୟରୁ ୯ଟି ବିଲ୍ ଉପରେ ବିଚାର କରାଯାଇ ଗୃହୀତ କରାଯିବ ଏବଂ ୧୭ଟି ବିଲ୍ ଆଗତ କରାଯିବା ପରେ ତା’ ଉପରେ ବିଚାର କରାଯାଇ ଗୃହୀତ କରାଯିବ।

ଯେଉଁ ବିଲ୍‌ଗୁଡ଼ିକ ଆଗତ କରାଯିବ, ସେଗୁଡ଼ିକ ମଧ୍ୟରେ ଅଛି ଦେବାଳିଆ କୋଡ୍ ବିଲ୍, ୨୦୨୧, ଯାହା ଏକ ଅଧ୍ୟାଦେଶ ସ୍ଥାନରେ ଲାଗୁ ହେବ। ତା’ଛଡ଼ା ସୀମିତ ଦାୟବଦ୍ଧତା ଅଂଶୀଦାରୀ ବିଲ୍, ୨୦୨୧; ଜମା ବୀମା ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ବିଲ୍, ୨୦୨୧ ଏବଂ ବିଦ୍ୟୁତ୍ ବିଲ୍, ୨୦୨୧ । ତେବେ ସମସ୍ତ ଘରୋଇ କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ କରୁଥିବା ଏବଂ ଅଫିସିଆଲ୍ ଡିଜିଟାଲ କରେନ୍ସି ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବା କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ କରେନ୍ସି ନିୟାମକ ବିଲ୍, ୨୦୨୧ ବି ପାସ୍ ହେବାକୁ ବାକି ଅଛି ଯାହା ଏଥିରେ ତାଲିକାଭୁକ୍ତ ହୋଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe