ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାରେ ମୁହଁ ଖୋଲିଲେ ‘ଭୋଲେ ବାବା’

ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାରେ ମୁହଁ ଖୋଲିଲେ ‘ଭୋଲେ ବାବା’

ନୂଆଦିଲ୍ଲୀ: ଏହି ସପ୍ତାହ ଆରମ୍ଭରେ ଉତ୍ତରପ୍ରଦେଶର ହାଥରସରେ ଏକ 'ସତସଙ୍ଗ'ରେ ୧୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପୂର୍ବତନ କନଷ୍ଟେବଳ ତଥ‌ା ଆତ୍ମ ଘୋଷିତ ଭଗବାନ ଭୋଲେ ବାବା ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଛନ୍ତି। ସେ କ୍ୟାମେରା ସମ୍ମୁଖରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।

"ଭଗବାନ ଆମକୁ ଏହି ଯନ୍ତ୍ରଣା ସହିବାକୁ ଶକ୍ତି ଦିଅନ୍ତୁ। ଦୟାକରି ସରକାର ଏବଂ ପ୍ରଶାସନ ଉପରେ ବିଶ୍ବାସ ରଖନ୍ତୁ। ମୋର ବିଶ୍ୱାସ ଅଛି ଯେ ବିଶୃଙ୍ଖଳା ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଛାଡ଼ କରାଯିବ ନାହିଁ। ମୋର ଓକିଲ ଏପି ସିଂଙ୍କ ମାଧ୍ୟମରେ ମୁଁ କମିଟିର ସଦସ୍ୟମାନଙ୍କୁ ଅନୁରୋଧ କରିଛି। ଶୋକସନ୍ତପ୍ତ ପରିବାର ଏବଂ ଆହତଙ୍କ ସହ ଠିଆ ହେବା ଏବଂ ସେମାନଙ୍କୁ ଜୀବନସାରା ସାହାଯ୍ୟ କରିବା ବୋଲି ଏକ ଭିଡିଓ ବିବୃତିରେ ଭୋଲେ ବାବା କହିଛନ୍ତି।

'ସତସଙ୍ଗ'ରେ ପ୍ରାୟ ୨.୫ ଲକ୍ଷ ଭକ୍ତ ଉପସ୍ଥିତ ଥିଲେ। ଯେତେବେଳେ ଭୋଲେ ବାବାଙ୍କ କାର ଦେଇ ଯାଇଥିଲା ସେହି ସ୍ଥାନରୁ ଉପସ୍ଥିତ ଲୋକମାନେ “ଧୂଳି ସଂଗ୍ରହ କରିବା” ଆରମ୍ଭ କରିଥିଲେ। ସେହି ସମୟରେ ପ୍ରବଳ ଭିଡ଼ ହେତୁ ଦଳାଚକଟା ଆରମ୍ଭ ହୋଇ ଯାଇଥିଲା। ପୁଲିସ୍‌ କହିଛି ଯେ ସମାବେଶ ପାଇଁ କତ୍ତୃର୍ପକ୍ଷଙ୍କ ଦ୍ବାରା ୮୦ ହଜାର ଲୋକଙ୍କୁ ଅନୁମତି ମିଳିଥିଲା। ମାତ୍ର ଭିଡ଼ ତା’ଠାରୁ ଯଥେଷ୍ଟ ଅଧିକ ରହିଥିଲା।

ଭୋଲେ ବାବା, ନାରାୟଣ ସାକାର ହରି ନାମରେ ମଧ୍ୟ ଜଣାଶୁଣା। ଏହି ଘଟଣା ପରଠାରୁ ସେ ସାମ୍ନାକୁ ଆସୁନଥିଲେ। ତାଙ୍କ ଓକିଲ ଏପି ସିଂ ଗତକାଲି କହିଥିଲେ ଯେ ସେ ତଦନ୍ତରେ ସହଯୋଗ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe