Image Courtesy of NDTV
ବେଜିଙ୍ଗ୍: କୋଭିଡ୍ କଟକଣାରୁ ନିସ୍ତାର ପାଇବା ଲାଗି କେତେକ କର୍ମଚାରୀ ଖସି ପଳାଇଯିବାରୁ ଚୀନା ସରକାରୀ କର୍ତ୍ତୃପକ୍ଷମାନେ ଆଜି ବିଶ୍ବର ବୃହତ୍ତମ ଇଆଇଫୋନ୍ କାରଖାନା ଚତୁଃପାର୍ଶ୍ବସ୍ଥ ଅଞ୍ଚଳକୁ ୭ ଦିନ ପାଇଁ ଲକ୍ଡାଉନ୍ କରିଛନ୍ତି।
ବିଖ୍ୟାତ ତାଇୱାନୀୟ ପ୍ରଯୁକ୍ତିବିଦ୍ୟା କମ୍ପାନି ‘ଫକ୍ସକନ୍’ ଏହି ବିଶାଳ କାରଖାନା ଚଳାଉଥିବା କେନ୍ଦ୍ରୀୟ ଚୀନ୍ର ଜେଙ୍ଗ୍ଜ୍ହୌ ଏୟର୍ପୋର୍ଟ ଇକୋନମି ଜୋନ୍’ରେ ଆଜିକୁ ମିଶାଇ ‘ଷ୍ଟାଟିକ୍ ମ୍ୟାନେଜ୍ମେଣ୍ଟ୍’ ୭ମ ଦିବସରେ ପ୍ରବେଶ କରିଥିବା କଥା ସ୍ଥାନୀୟ ସରକାରୀ ଅଧିକାରୀମାନେ ଲକ୍ଡାଉନ୍ ଘୋଷଣା କରିବା ଅବସରରେ ଦେଇଥିବା ବିବୃତି ଦେଇଛନ୍ତି।
ଜେଙ୍ଗ୍ଜ୍ହୌରେ ଦିନକ ପୂର୍ବରୁ ୯୫ଜଣ କୋଭିଡ୍ ଆକ୍ରାନ୍ତ ଥିବା ବେଳେ ମଙ୍ଗଳବାର ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ୩୫୯କୁ ବୃଦ୍ଧି ପାଇବାରୁ ଆଜି ୭ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହା ଆଗାମୀ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
Image Courtesy of NDTVଗତ ସପ୍ତାହରେ ଚୀନା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଚିତ୍ରରେ ଦେଖା ଯାଉଥିଲା ଯେ, ବହୁସଂଖ୍ୟକ କର୍ମଚାରୀ ନିଯୁକ୍ତ କରିଥିବା ‘ଫକ୍ସ୍କନ୍’ର କାରଖାନାରୁ ଲୋକେ ବାହାରି ଆସୁଛନ୍ତି।
ଖରାପ ପରିସ୍ଥିତି ଓ କୋଭିଡ୍ ପରିବହନ କଟଣା ଏଡ଼ାଇବା ଲାଗି ସେମାନେ କାରଖାନାରୁ ଚାଲି ଚାଲି ପଳାୟନ କରିଥିବା କଥା ଅନ୍ଲାଇନ୍ରେ ଅଭିଯୋଗ କରିଛନ୍ତି।
ଆଜି ସରକାରୀ ଅଧିକାରୀମାନେ କହିଛନ୍ତି, କେଭିଡ୍ –ନିବାରକ ସ୍ବେଚ୍ଛାସେବୀ ଓ ଜରୁରୀକାଳୀନ କର୍ମଚାରୀଙ୍କ ଛଡ଼ା ଅନ୍ୟ ଲୋକମାନେ କୋଭିଡ୍ ପରୀକ୍ଷା ଏବଂ ଜରୁରୀ ଡାକ୍ତରୀ ଚିକିତ୍ସା ବ୍ୟତୀତ ଅନ୍ୟ କୌଣସି କାରଣ ନିମନ୍ତେ ବାସଭବନରୁ ବାହାରିବେ ନାହିଁ।
କେବଳ ଡାକ୍ତରଖାନା ଗାଡ଼ି ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ଗାଡ଼ିଗୁଡ଼ିକୁ ରାସ୍ତାରେ ଚଳାଚଳ ପାଇଁ ଅନୁମତି ମିଳିବ।
Follow Us