ଡିସି ବନାମ ଏସଆରଏଚ: ଟ୍ରାଭିସ୍ ହେଡ୍-ଅଭିଷେକ ଶର୍ମାଙ୍କର ଧୂଆଁଧାର ବ୍ୟାଟିଂ, ଇତିହାସ ରଚିଲା ହାଇଦ୍ରାବାଦ୍

Advertisment
ଡିସି ବନାମ ଏସଆରଏଚ: ଟ୍ରାଭିସ୍ ହେଡ୍-ଅଭିଷେକ ଶର୍ମାଙ୍କର ଧୂଆଁଧାର ବ୍ୟାଟିଂ, ଇତିହାସ ରଚିଲା ହାଇଦ୍ରାବାଦ୍

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ର ୩୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନରାଇଜର୍ସ ହାଇଦ୍ରାବାଦର ଓପନର ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ କରି ବିନା କୌଣସି ୱିକେଟ ହରାଇ ଆଇପିଏଲରେ ୧୨୫ ରନ୍ କରି ଇତିହାସ ରଚିଛନ୍ତି। ପାୱାର ପ୍ଲେରେସନରାଇଜର୍ସ ହାଇଦ୍ରାବାଦ ୧୨୫ ରନ୍ ସ୍କୋର କରିଛି।

ଏହାଦ୍ବାରା ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲରେ ପାୱାରପ୍ଲେରେ ସର୍ବାଧିକ ରନ୍ ସ୍କୋର କରୁଥିବା ଦଳ ହୋଇପାରିଛି। ଏହାପୂର୍ବରୁ ଏହି ରେକର୍ଡ କୋଲକାତା ନାଇଟ୍ ରାଇଡର୍ସ ନାମରେ ଥିଲା।

୨୦୧୭ ରେ, କେକେଆର ଆରସିବି ବିପକ୍ଷରେ ପାୱାରପ୍ଲେରେ ୧୦୫ ରନ୍ ସ୍କୋର କରିଥିଲା ​। ୨୦୧୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗ୍ସ ବିପକ୍ଷ ପାୱାରପ୍ଲେରେ ୨ ୱିକେଟ୍ ହରାଇବା ପରେ ୧୦୦ ରନ୍ ସଂଗ୍ରହ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe