ସିଙ୍ଗଲ୍ ଡୋଜ୍ ସ୍ପୁଟନିକ୍ ଲାଇଟ୍ ଟିକାକୁ ଭାରତରେ ମିଳିଲା ଜରୁରୀକାଳୀନ ବ୍ୟବହାର ଅନୁମତି

Advertisment
ସିଙ୍ଗଲ୍ ଡୋଜ୍ ସ୍ପୁଟନିକ୍ ଲାଇଟ୍ ଟିକାକୁ ଭାରତରେ ମିଳିଲା ଜରୁରୀକାଳୀନ ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ଭାରତରେ କରୋନା ବିରୋଧୀ ଲଢ଼େଇ ପାଇଁ  ଟିକା ହିଁ ଅନେକାଂଶରେ ଫଳପ୍ରଦ ହୋଇଛି। ତେଣୁ କେନ୍ଦ୍ର ସରକାର ଦେଶର ସମସ୍ତ ନାଗରିକ କିପରି ଟିକା ନେବେ ସେ ବିଷୟରେ ଗୁରୁତ୍ବାରୋପ କରୁଛନ୍ତି। ଏହି କ୍ରମରେ ପୁଣି ଏକ ଟିକାକୁ ଜରୁରୀ ବ୍ୟବହାର ଲାଗି ଡିସିଜିଆଇ ଅନୁମତି ଦେଇଛି। ସୂଚନା ଅନୁସାରେ ଥରେ ମାତ୍ର ଦିଆଯାଉଥିବା (ସିଙ୍ଗିଲ ଡୋଜ୍) ସ୍ପୁଟନିକ୍ ଲାଇଟ୍ ଟିକାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିଛି।

ଦେଶରେ ଏବେ ସିଙ୍ଗଲ୍ ଡୋଜ୍ (ଥରେ ଦିଆଯାଉଥିବା) ସ୍ପୁଟନିକ୍ ଲାଇଟ୍ ଟିକାକୁ ସ୍ବୀକୃତି ମିଳିଛି । ଏହାକୁ ଜରୁରୀକାଳୀନ ବ୍ୟବହାର କରାଯାଇପାରିବ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ଡିସିଜିଆିଇ ଋଷ ତିଆରି ସ୍ପୁଟନିକ୍ ଲାଇଟ୍ ଟିକାକୁ ଅନୁମତି ଦେବା ପରେ ଏହା ଭାରତର ନବମ ଟିକା ହୋଇଛି।

ଗତବର୍ଷ ସେପ୍ଟେମ୍ବରରେ ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ ଭାରତରେ ଋଷ ତିଆରି ସ୍ପୁଟନିକ୍ ଲାଇଟ୍ ଟିକାକୁ ତୃତୀୟ ଥର ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଥିଲେ। ସ୍ପୁଟନିକ୍ ଲାଇଟକୁ ଅନୁମତି ଦେବା ପାଇଁ  ସବଜେକ୍ଟ ଏକ୍ସପର୍ଟ କମିଟି ପ୍ରସ୍ତାବ ଦେଇଥିଲା। ପରୀକ୍ଷା ପରେ ସ୍ପୁଟନିକ୍ ଲାଇଟ୍ ଟିକା ଦେବା ପରେ କାହାରିକୁ ବି ବିପଦଜନକ ପାର୍ଶ୍ଵ ପ୍ରତିକ୍ରିୟା ହୋଇ ନଥିବା ଜଣାପଡ଼ିବା ପରେ ଅନୁମତି ମିଳିଛି।

ସ୍ପୁଟନିକ୍ ଭି ଓ ସ୍ପୁଟନିକ୍ ଲାଇଟ୍ ଟିକା ମଧ୍ୟରେ ପାର୍ଥକ୍ୟ ହେଉଛି ସ୍ପୁଟନିକ୍ ଭି କୁ ଦୁଇଥର ଦିଆଯାଉଥିବା ବେଳେ ସ୍ପୁଟନିକ୍ ଲାଇଟକୁ ଥରେ ମାତ୍ର ଦିଆଯିବ। ତେବେ ଗବେଷଣାରୁ ଜଣାପଡିଛି ଯେ ସ୍ପୁଟନିକ୍ ଲାଇଟ୍ ତୁଳନାରେ ସ୍ପୁଟନିକ୍ ଭି କରୋନା ବିରୋଧରେ ଅଧିକ ଫଳପ୍ରଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe