ନମ୍ବର ପ୍ଲେଟରେ SEX ଲେଖାକୁ ନେଇ ବିବାଦ, ପରିବହନ ବିଭାଗକୁ ଚିଠି ଲେଖିଲେ ମହିଳା କମିଶନ

Advertisment
ନମ୍ବର ପ୍ଲେଟରେ SEX ଲେଖାକୁ ନେଇ ବିବାଦ, ପରିବହନ ବିଭାଗକୁ ଚିଠି ଲେଖିଲେ ମହିଳା କମିଶନ

photo-scoopwhoop

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ(ଡିସିଡବ୍ଲ୍ୟୁ) ପରିବହନ ବିଭାଗକୁ 'SEX' ସିରିଜ୍ ଗାଡି ପଞ୍ଜୀକରଣ ନମ୍ବରରେ ପରିବର୍ତ୍ତନ ଆଣିବାକୁ ନୋଟିସ୍ ଜାରି କରିଛନ୍ତି । ଏହା ସହିତ ଡିସିଡବ୍ଲ୍ୟୁ ମଧ୍ୟ ଏହାର ଜବାବରେ ବିଭାଗକୁ କହିଛି ଯେ ନୂତନ ସିରିଜ୍ ଅଧୀନରେ ପଞ୍ଜିକୃତ ହୋଇଥିବା ସମୁଦାୟ ଯାନବାହାନ ସଂଖ୍ୟା କେତେ ତାହା ଜଣାଇବାକୁ ପଡ଼ିବ। ସୂଚନା ମୁତାବକ ଜଣେ ଯୁବତୀ ମହିଳା ଆୟୋଗକୁ ସୂଚନା ଦେଇଥିଲେ ଯେ ସେ ଏକ ନୂଆ ଗାଡି କିଣିଥିଲେ | ଆଉ ପରିବହନ ବିଭାଗ ପକ୍ଷରୁ ତାଙ୍କୁ ଦିଆଯାଇଥିବା ରେଜିଷ୍ଟ୍ରେସନ୍ ନମ୍ବର ହେତୁ ଲୋକମାନେ ତାଙ୍କୁ ଥଟ୍ଟା କରୁଥିଲେ। ସେ କହିଛନ୍ତି ଯେ ନମ୍ବର ପ୍ଲେଟରେ SEX(ଏସଇଏକ୍ସ) ଲେଖାହୋଇଥିବା ଯୋଗୁଁ ସେ ଯେକୌଣସି ସ୍ଥାନକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସେ ଆବଶ୍ୟକୀୟ କାର୍ଯ୍ୟ ପାଇଁ ବାହାରକୁ ଯାଇପାରୁ ନାହାଁନ୍ତି।

ଏହି ବିଷୟକୁ ଦୃଷ୍ଟିରେ ରଖି ସ୍କୁଟିର ଗାଡି ପଞ୍ଜୀକରଣ ନମ୍ବରରେ ତୁରନ୍ତ ପରିବର୍ତ୍ତନ ଆଣିବାକୁ ଆୟୋଗ ପରିବହନ ବିଭାଗକୁ ନୋଟିସ ଜାରି କରିଛନ୍ତି। ଏହି କ୍ରମରେ ପଞ୍ଜୀକୃତ ମୋଟ ଯାନ ସଂଖ୍ୟା ଦେବାକୁ କମିଶନ ପରିବହନ ବିଭାଗକୁ ମଧ୍ୟ କହିଛନ୍ତି। ଦିଲ୍ଲୀ ମହିଳା ଆୟୋଗ ପରିବହନ ବିଭାଗକୁ ଚାରିଦିନର ମହଲତ ଦେଇଥିବାବେଳେ ତୁରନ୍ତ ଜବାବ ଦେବାକୁ କହିଛନ୍ତି |

ଅନ୍ୟପଟେ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୂରା ସିରିଜ୍ ବନ୍ଦ କରାଯାଇଛି | ଯାହାର ଏହି କ୍ରମରେ ପଞ୍ଜୀକରଣ ନମ୍ବର ଅଛି, ସେ ଏହାକୁ ପରିବର୍ତ୍ତନ କରିପାରିବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe